csstore

କଣ୍ଟାବାଞ୍ଜି ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ଶିକ୍ଷକ ଶିକ୍ଷୟିତ୍ରୀ ଏକ ଦିବସୀୟ ତାଲିମ୍ ଶିବିର

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : ସ୍ଥାନୀୟ କଣ୍ଟାବାଞ୍ଜି ବାଳିକା ଉଚ୍ଚ ବିଦ୍ୟାଳୟଠାରେ ଚଳିତ ମାସର କଣ୍ଟାବାଞ୍ଜି ସହରାଞ୍ଚଳ ଆଞ୍ଚଳିକ ସାଧନ କେନ୍ଦ୍ରର ସମସ୍ତ ସରକାରୀ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ଓ ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଏକ ଦିବସୀୟ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ତାଲିମରେ କଣ୍ଟାବାଞ୍ଜି ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଦିନେଶ ମହାନନ୍ଦ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ସ୍ୱାଗତ ଜଣାଇ ଆଜିର ସଭା କାର୍ଯ୍ୟ ଆରମ୍ଭ କରିଥିଲେ । ତୁରେକେଲା ବ୍ଲକ୍ ଅତିରିକ୍ତ ଶିକ୍ଷା ଅଧିକାରୀ ଫକିର ଚରଣ ବିଶି ଦୀପ ପ୍ରଜ୍ୱଲନ କରି ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଅଭିଭାଷଣ ଦେଇଥିଲେ । ବୈଠକରେ ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ସମ୍ପର୍କିତ ବିଷୟ ବସ୍ତୁ, ମାନ ନିର୍ଦ୍ଧାରଣ ଫର୍ଦ୍ଦ ପୂରଣ, ନୂପୁଣ ଓଡିଶା କାର୍ଯ୍ୟକ୍ରମ, ଆପାର୍ ଆଇଡି ଖୋଲିବା ଇତ୍ୟାଦି ଆଲୋଚନା ହୋଇଥିଲା । ଏହି ବୈଠକରେ ପ୍ରଧାନ ଶିକ୍ଷକ ଅଶୋକ ତରିଆ ଶିକ୍ଷୟିତ୍ରୀ ଅଞ୍ଜଳୀ ମାଝୀ, ସବିତା ମହାପାତ୍ର, ସ୍ଵର୍ଣ୍ଣଲତା ଦାସ, ସବିତା ରଣା, ସୁଭାଷିନୀ ମେହେର, ସଂଘ ମିତ୍ରା ପାଣିଗ୍ରାହୀ, ଜୟନ୍ତୀ ଷଡ଼ଙ୍ଗୀ, ଲାବଣ୍ୟବତି ଧରୁଆ, ସୁରେନ୍ଦ୍ର ମାଝୀ, ସୁନନ୍ଦା ପୁରୋହିତ, ସବିତା ରଣା, ବୀଣାପାଣି ଦାସ, କୁସୁମ ମଞ୍ଜରି ନାଗ, ନିରୁପମା ମିଶ୍ର, ଶାନ୍ତି ଲତା ଭୋଇ, ମୁକ୍ତ ବେଜ୍, ଯଶୋଦା ବିଡ଼ିକା, ଭାରତୀ ସାହୁ, ସଚ୍ଚିଦାନନ୍ଦ ପାତ୍ର, ସୁଜାତା ସାହୁ ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.