csstore

ହନୁମାନ ମନ୍ଦିର ପ୍ରତିଷ୍ଠା ଦିବସରେ ୧୦୮ ଥର ହନୁମାନ ଚାଳିଶା ଓ ସୁନ୍ଦରାକାଣ୍ଡ ପାଠ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ସହରର ମାଲଗୋଦାମ ପଡ଼ା ନିକଟ ରେଳବାଇ ରନିଙ୍ଗ୍‌ ରୁମ୍‌ ପଛପଟେ ଥିବା ହନୁମାନ ମନ୍ଦିର ପ୍ରତିଷ୍ଠାର ଏକ ବର୍ଷ ପୂର୍ତ୍ତି ଅବସର ତଥା ପ୍ରତିଷ୍ଠା ଦିବସ ପାଳନ କରିବା ପାଇଁ କଲୋନୀବାସୀ ମନ୍ଦିର ପ୍ରାଙ୍ଗଣରେ ୧୦୮ ଥର ହନୁମାନ ଚାଳିଶା ପାଠ କରିବା ସହ ସୁନ୍ଦରାକାଣ୍ଡ ପଠନର ଆୟୋଜନ କରିଥିଲେ । ପଣ୍ଡିତ ଶଙ୍କର ଶର୍ମାଙ୍କ ସହ ଆଉ ଦୁଇ ଜଣ ବ୍ରାହ୍ମଣ ପଣ୍ଡିତ ଏହି ପାଠ କରିଥିଲେ । ସକାଳୁ ଏହି ପୂଜା କାର୍ଯ୍ୟରେ କଲୋନୀର ସମସ୍ତ ଆବାଳ, ବୃଦ୍ଧ, ବନିତା, ମହିଳା ମାନେ ସାମିଲ ହୋଇ ପଣ୍ଡିତଙ୍କ ସହ ହନୁମାନ ଚାଳିଶା ପାଠ କରିଥିଲେ । ପାଠ ସାରିବା ପରେ ଅନ୍ନପ୍ରସାଦ ଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଆୟୋଜନ କରାଇଥିଲେ ରାମ ଭକ୍ତ ସୀମା ପ୍ରସାଦ ଜୀ ଏବଂ ରାମ ଭକ୍ତ ସଂଗଠନ । ଏହି ପଠନ ଦ୍ଵାରା ଅଞ୍ଚଳରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା ।

jayashree
Leave A Reply

Your email address will not be published.