oom

ବଡ଼ଭାଳୁପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରୀଙ୍କୁ ସମ୍ବର୍ଦ୍ଧନା

jsmm

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକର ବେହେରାମାଲ କ୍ଲଷ୍ଟର ସ୍ଥିତ ବଡ଼ଭାଳୁପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମେଧାବି ଛାତ୍ରୀ ଦିବ୍ୟାଶା ତାଣ୍ଡିଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ସେ ପଠାଣି ସାମନ୍ତ ଗଣିତ ମେଧାବୃତ୍ତି ପରୀକ୍ଷାରେ କୃତକାର୍ଯ୍ୟ ହୋଇ ବୃତ୍ତି ପାଇବାକୁ ଯୋଗ୍ୟ ବିବେଚିତ ହୋଇଥିବାରୁ ବିଦ୍ୟାଳୟ ତଥା ଗ୍ରାମରେ ଖୁସିର ଲହରୀ ଖେଳିଯାଇଛି । ପ୍ରଧାନ ଶିକ୍ଷକ ଜୟଶ୍ରୀରାମ ସିକନ୍ଦରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ତଥା ବର୍ତ୍ତମାନର ବାଙ୍କୀପାଲି ସାଧନ କେନ୍ଦ୍ର ସଂଯୋଜକ ସୁନିଲ କୁମାର ସେଠ୍ ମୁଖ୍ୟଅତିଥି ଭାବେ ଯୋଗଦେଇ ଦିବ୍ୟାସା ତାଣ୍ଡିଙ୍କ ସଫଳତା ଅନ୍ୟ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରେରଣାର ଉତ୍ସ ବୋଲି କହିଥିଲେ । ଶିକ୍ଷୟିତ୍ରୀ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଚଉବର୍ଗ ପଧାନ ସଭା ପରିଚାଳନା କରିଥିବା ବେଳେ ଶିକ୍ଷକ ବିପ୍ରବୀର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଶିକ୍ଷକ ପ୍ରକାଶ ସାହୁ, ଶିକ୍ଷୟିତ୍ରୀ ମଧୁମିତା ବିଶ୍ୱାଳ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.