ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅଗ୍ରଣୀ ସାହିତ୍ୟ ସାଂସ୍କୃତିକ ଅନୁଷ୍ଠାନ ରାଉରକେଲା ସାହିତ୍ୟ ସଂସଦର ମାସିକ ସାହିତ୍ୟ ସୃଜନୀ କାର୍ଯ୍ୟକ୍ରମ ରାଘୁନାଥପାଲ୍ଲୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ସଂସଦର ଆବାହକ ସୁଶାନ୍ତ କୁମାର ନାୟକଙ୍କ ଆବାହକତ୍ୱରେ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଅପର୍ଣ୍ଣା ସାମଲ ସଭାପତିତ୍ୱ ଆସନ ଅଳଙ୍କୃତ କରିଥିଲେ । ଶ୍ରୀମତୀ ସାମଲ ତାଙ୍କର ସଭାପତିତ୍ୱ ଅଭିଭାଷଣର ସଂସଦର ଏଭଳି କାର୍ଯ୍ୟକ୍ରମକୁ ଉଚ୍ଚ ପ୍ରଶଂସା କରିବା ସହ ଆଗକୁ ସମସ୍ତ ସାହାଯ୍ୟ ସୋହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ସଂସଦର ସଭାପତି ବିଜୟ କୁମାର ସାହୁ ସ୍କୁଲର ପିଲାଙ୍କୁ ନେତାଜୀ ସୁଭାଷ ବୋଷଙ୍କ ଜୀବନାଦର୍ଶନରେ ଅନୁପ୍ରାଣିତ ହେବପାଇଁ ଆହ୍ୱାନ ଦେଇଥିଲ । ନିଜ ବକ୍ତବ୍ୟରେ ଶ୍ରୀ ସାହୁ ନେତାଜୀଙ୍କ ଜୀବନରେ ଘଟିଥିବା କିଛି ଗୁରୁତ୍ୱପୂର୍ଣ୍ଣ ଘଟଣାର ଅବତାରଣା କରିଥିଲେ । ସଂସଦର ଉପ ସଭାପତି ରମେଶ ଚନ୍ଦ୍ର ବାରିକ, ଓଡିଶାର ଅନ୍ୟତମ ସ୍ୱାଧିନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ଜୀବନୀ ବିଷୟରେ ପିଲାମାନଙ୍କୁ ଶିକ୍ଷା ଦେଇଥିଲେ । ଶେଷରେ ଶିକ୍ଷୟିତ୍ରୀ ସୀମନ୍ତିନୀ ରାଉତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷୟିତ୍ରୀ ସବିତା ବସ୍ତିଆ, ଶିକ୍ଷୟିତ୍ରୀ ଲୀତାଞ୍ଜଳୀ ସାହୁ, ଶିକ୍ଷକ ଦେବେନ୍ଦ୍ର ସାହୁ ସଭାକାର୍ଯ୍ୟ ପରିଚାଳନାରେ ସହଯୋଗ କରିଥିଲେ ।
Next Post