csstore

ମ.ରାମପୁର ବନାଞ୍ଚଳ ତରଫରୁ ପକ୍ଷୀ ଗଣନା ମକ୍‌ଡ୍ରିଲ୍‌ : ଯୋଗଦେଲେ ୨୦୦ରୁ ଅଧିକ ଛାତ୍ରଛାତ୍ରୀ

ମ.ରାମପୁର, (ପି.କେ. ସାହୁ) : ଆସନ୍ତା ଜାନୁୟାରୀ ୧୮ ତାରିଖ ସାରା ରାଜ୍ୟର ନିର୍ଦ୍ଧାରିତ ଜଳାଶୟ ମାନଙ୍କରେ ଏକାସାଙ୍ଗରେ ପକ୍ଷୀ ଗଣନା ହେବ । ଏହି ପରିପ୍ରେକ୍ଷୀରେ ଗୁରୁବାର ଦିନ କଳାହାଣ୍ଡି ଉତ୍ତର ବନଖଣ୍ଡ ରାମପୁର ବନାଞ୍ଚଳ ମଦନପୁର ସେକ୍ସନ ଅନ୍ତର୍ଗତ ଅନୁସୂଚିତ ଜାତି ଜନଜାତି ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ୨୦୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ନେଇ ପକ୍ଷୀ ଗଣନା ଉପରେ ଏକ ମକ୍‌ଡ୍ରିଲ୍‌ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ସହକାରୀ ବନ ସଂରକ୍ଷକ ଅସିତ କୁମାର ଦାସ ପ୍ରକୃତିରେ ପକ୍ଷୀ ମାନଙ୍କ ଭୂମିକା, ପକ୍ଷୀ ମାନଙ୍କର ପ୍ରଜାତି, ଜୈବ ବିବିଦତା, ବିଦେଶୀ ଓ ଦେଶୀପକ୍ଷୀ ଗଣନା, ସଚେତନତା ଉପରେ ତାଲିମ ଦେଇଥିବା ବେଳେ ବନପାଳ ସମ୍ପଦ କୁମାର, ଦୀପକ କୁମାର ସା, ସ୍କୁଲ ପ୍ରଧାନ ଶିକ୍ଷକ ଶାନ୍ତନୁ କୁମାର ମେହେର, ବନରକ୍ଷୀ ବାଳକୃଷ୍ଣ ଜାଲ, ସତ୍ୟମ ମାଝୀ, ସତ୍ୟଭାମା, ଶିକ୍ଷକ ମିନିକେତନ ସୁନା, ଦଳପତି ପ୍ରଦୀପ କୁମାର ସାହୁ, ବିକାଶ ଅଧିକାରୀ କୁନୁ ଛାତ୍ରିଆ, ସ୍ଥାନୀୟ ସାମ୍ବାଦିକ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.