csstore

ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ମହୋତ୍ସବରେ ଅଙ୍କୁରାରୋପଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଟାଲ ଗ୍ରାମ ଠାରେ ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ଆରମ୍ଭ ପୂର୍ବରୁ ଆଜି ବିଧିବଦ୍ଧ ଭାବରେ ଅଙ୍କୁରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ପଣ୍ଡିତ ଅଚ୍ୟୁତାନନ୍ଦ ହୋତା, ବିଜୟ ହୋତା, ଦାଶରଥି ହୋତା, ଶଚିପତା ହୋତାଙ୍କ ପୂଜାପାଠରେ ମୁଖ୍ୟକର୍ତ୍ତା ତଥା ଗାଁର ଗୌନ୍ତିଆ ବଳଦେବ ସାହୁ(ରାଜା), ଜୟକୁମାର ସାହୁ, କିଶୋର ପଧାନ, ଅରବିନ୍ଦ ପଣ୍ଡା, କୀର୍ତ୍ତିବାସ ସ୍ୱାଇଁ, କୁମୁଦ ଦାଶ, ଉମେଶ ବଢେଇ ସପତ୍ନିକ ଦାୟିତ୍ୱ ତୁଳାଇଥିଲେ । ଏଥିରେ ଗାଁର ଭାଗବତ କିର୍ତ୍ତନ୍ୟ ଦଳ ସହ ଆଞ୍ଚଳିକ ସାଂସ୍କୃତିକ ଦଳ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଗାଁର ଶତାଧିକ ମହିଳା, ପୁରୁଷ ଯୋଗ ଦେଇଥିଲେ । ଗାଁ କମିଟି, ପୂଜା କମିଟି, ଉପଦେଷ୍ଟା କମିଟି ସହ ଗ୍ରାମବାସୀ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.