csstore

ଟିଟିଲାଗଡ଼ ଦେଶିଲ ଠାରେ ଶ୍ରୀ ଶ୍ରୀ ଅନୁକୂଳ ଚନ୍ଦ୍ରଙ୍କ ୧୩୭ତମ ଜନ୍ମ ମହୋତ୍ସବ ଧୁମ୍‌ଧାମରେ ପାଳିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ପରମପୂଜ୍ୟ ଶ୍ରୀ ଶ୍ରୀ ଆଚାର୍ଯ୍ୟ ଦେବଙ୍କର ଅମିୟ ଆଶିଷ କ୍ରମେ ମଙ୍ଗଳବାର ଦିନ ଟିଟିଲାଗଡ଼ ସତସଙ୍ଗ ବିହାର ଆନୁକୂଲ୍ୟରେ ଯୁଗ ପୁରୁଷୋତ୍ତମ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ୧୩୭ ତମ ଜନ୍ମ ମହୋତ୍ସବ ଧୁମ୍‌ଧାମରେ ପାଳିତ ହୋଇଯାଇଛି । ପ୍ରାତଃରୁ ଉଷା କୀର୍ତ୍ତନ, ସକାଳ ୬, ୩୩ରେ ପ୍ରାତଃ ବିନତି, ସକାଳ ୯ ଟାରେ ସୁସଜ୍ଜିତ ରଥରେ ଜଗନ୍ନାଥ ମନ୍ଦିରରୁ ଏକ ସଙ୍କୀର୍ତ୍ତନ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରି ଦେଶିଲ ସତସଙ୍ଗ ବିହାର ଠାରେ ପହଞ୍ଚିଥିଲା । ଏହାପରେ ସତସଙ୍ଗ ଓ ସଦାଲୋଚନା ହୋଇଥିଲା । ଏହି ଅବସରରେ ମୁଖ୍ୟ ବକ୍ତା ଭାବେ ଡଃ. ହର ପ୍ରସାଦ ସାହୁ ସତସଙ୍ଗ କଣ, ସତସଙ୍ଗ କଲେ ଜୀବନରେ କିପରି ଶାନ୍ତି ପାଇପାରିବା ସେ ନେଇ ବିସ୍ତୃତ ଆଲୋକପାତ କରିଥିଲେ । ଏହି ସତସଙ୍ଗ ସମୟରେ ଟିଟିଲାଗଡ଼ ବିଧାୟକ ନବୀନ ଜୈନ, ପୌର ପରିଷଦର ଅଧ୍ୟକ୍ଷା ଶ୍ରୀମତି ମମତା ଦେବୀ ଜୈନ, ବିଜେପି ନେତା ବୀରବର ସାହୁ, ସୁଦାମ ମହାରଣାଙ୍କ ସମେତ ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ରାୟଗଡ଼ା ଓ ଅନ୍ୟାନ୍ୟ ଜିଲ୍ଲାରୁ ବହୁ ଜୟଗୁରୁ ଭାଇ ଭଉଣୀମାନେ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ସତସଙ୍ଗ ବିହାରର ସଭାପତି ପ୍ରଦୀପ କୁମାର ଯୋଶୀ, ସଦସ୍ୟ ଶିବ ପରିଡ଼ା, ଟୁଲୁ ପରିଡା, ପ୍ରମୋଦ ପାଲ, ବିଦ୍ୟାଧର ସ୍ୱାଇଁ ,ଗୋବିନ୍ଦ ସାହୁ, ନବ ସାହୁ, ଶ୍ରୀକାନ୍ତ ପରିଡା, ଅଚ୍ୟୁତ ସାହୁ, ବୁଲୁ ଷଡ଼ଙ୍ଗୀ, ଅଗସ୍ତି ସାହୁ, ବିଜୟ ରାଉତ, ଋଷି ସାହୁ, ରମେଶ ସାହୁ, ସନ୍ତୋଷ ସାହୁ, ରାୟଗଡ଼ାରୁ ଆସିଥିଲେ ବିକ୍ରମ ନାୟକ ଓ ଅନ୍ୟ ଗୁରୁ ଭାଇଭଉଣୀମାନେ ।

jayashree
Leave A Reply

Your email address will not be published.