csstore

କୁଶଙ୍ଗରେ ମକର ମିଳନ ଉତ୍ସବ ପାଳିତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ମାଁ ଉଗ୍ରତାରା ସାଂସ୍କୃତିକ କଳାକାର ସଂଘ, କୁଶଙ୍ଗ ଆନୁକୂଲ୍ୟରେ ମକର ମିଳନ ଉତ୍ସବ ସ୍ଥାନୀୟ କଳାକାର ସଂଘ କାର୍ଯ୍ୟାଳୟ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବରିଷ୍ଠ କଳାକାର ତଥା ଆୟୋଜକ ଅନୁଷ୍ଠାନର ସଭାପତି କରୁଣାକର ବାଗଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ଲୋଇସିଙ୍ଗା ବ୍ଲକ କଳାକାର ସଂଘର ସଭାପତି ସରୋଜ ବିଶ୍ୱାଳ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବିଧାୟକ ପ୍ରାର୍ଥୀ ନିହାର ରଞ୍ଜନ ବେହେରା, ବ୍ଲକ କଳାକାର ସଂଘ ସମ୍ପାଦକ ସରୋଜ ମହାକୁର, ମୁଖ୍ୟବକ୍ତା ଦୂତିଆ ଦେହେରି, ଆବାହକ ଗୋଲକ ବିହାରୀ ପଟେଲ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରେମାନନ୍ଦ ପଟେଲ ସଭା ସଂଯୋଜନା କରିଥିଲେ । ଚଳିତ ବର୍ଷ ସଂଗୀତ ଗୁରୁ ସ୍ୱର୍ଗତ ଦମ୍ବୋଦର ଭୋଇ ସ୍ମୃତି ସମ୍ମାନ ବରିଷ୍ଠ କଳାକାର ସାଧୁ ଚରଣ ବିଶିଙ୍କୁ ପ୍ରଦାନ କରାଯାଇଥିଲା । ଏହି ଉତ୍ସବରେ କଳାକାର ମାନେ ବିଭିନ୍ନ ଲୋକକଳା ଓ ଲୋକବାଦ୍ୟ, ଲୋକନୃତ୍ୟ ଉପରେ ଆଧାରିତ ଦାସକାଠିଆ, କରମା, ସମ୍ପ୍ରଦା, ହୁମୋ, ହଲିଆ ଗୀତ, ସମ୍ବଲପୁରୀ ନୃତ୍ୟ ଆଦି ପରିବେଷଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ସଂଗଠନର କର୍ମକତ୍‌ର୍ତ୍ତା ସୁବଳ ଖଟୁଆ, ଗୋପାଳ ହୋତା, ଉଦ୍ଧବ ସା, ଲୋକନାଥ ପଟେଲ, ରବୀନ୍ଦ୍ର ସାହୁ, ଦାଶରଥି ଦାସ, ଉଦ୍ଧବ ବେହେରାଙ୍କ ସମେତ ସମସ୍ତ କର୍ମକତ୍‌ର୍ତ୍ତା ସହଯୋଗ କରିଥିଲେ । ସ୍ୱର୍ଗତ ସଂଗୀତ ଗୁରୁ ଦାମୋଦର ଭୋଇ ସ୍ମୃତି ସମ୍ମାନ ପ୍ରଦାନ ସମୟରେ ତାଙ୍କ ପରିବାର ସଦସ୍ୟଙ୍କ ମଧ୍ୟରୁ ପୁତ୍ର ବିନୋଦ ବିହାରୀ ଭୋଇ, ପୁତ୍ରବଧୂ ବାନ୍ଧବୀ ଭୋଇ, ନାତି ଭବାନୀ ଶଙ୍କର ଭୋଇ, ନାତିବୋହୁ ଗୋପେଶ୍ୱରୀ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ । ଆଖପାଖ ଗ୍ରାମର ଶତାଧିକ ଦର୍ଶକ କାର୍ଯ୍ୟକ୍ରମ ଉପଭୋଗ କରିଥିବା ବେଳେ ପ୍ରେମାନନ୍ଦ ପଟେଲ ପରିଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.