ଛେଲିଆପାଟ ଏଫ୍‌.ପି.ଓର ଆଉଟଲେଟ ଏବଂ କମ୍ୟୁଟର ଲାବ୍‌ର ଉଦ୍‌ଘାଟନ

ବଲାଙ୍ଗିର, (ଦେବାଶିଷି ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଅନ୍ତର୍ଗତ ଭରସୁଜା ଗ୍ରାମରେ ଛେଲିଆପାଟ ଏଫ୍‌.ପି.ଓ ର ଗୋଟିଏ ରିଟେଲ ଆଉଟଲେଟ ଏବଂ ଝରଣିପାଲି ଠାରେ ଏକ କମ୍ୟୁଟର ଲାବ୍‌ ନାବାର୍ଡର ବଲାଙ୍ଗିର ଜିଲ୍ଲା ବିକାଶ ପ୍ରବନ୍ଧକ ଡଃ. ବିବେକ କୁମାର ନାୟକଙ୍କ ଦ୍ୱାରା ଉଦ୍‌ଘାଟନ ହୋଇଯାଇଛି । ଏହି ଅବସରରେ ସମ୍ମାନିତ ଅତିଥିଭାବେ ମହାଶକ୍ତି ଫାଉଣ୍ଡେସନର ସଂଚାଳକ ନିର୍ଦ୍ଦେଶକ ମୋହନ ବଳିଆରସିଂହ, ବରିଷ୍ଠ ପ୍ରବନ୍ଧକ କୃଷୀକେଶ ସାହୁ, ବାଳକୃଷ୍ଣ ରଥ, ଏଫ୍‌.ପି.ଓ ର ସମସ୍ତ ନିର୍ଦ୍ଦେଶକ, ସିଇଓ ଓ ୬୦ରୁ ଅଧିକ ଅଂଶୀଦାର କୃଷକ ଉପସ୍ଥିତ ଥିଲେ । ଏହି ଏଫ୍‌ପିଓକୁ ଭାରତ ସରକାର ଆର୍ଥିକ ସାହାଯ୍ୟରେ ନାବାର୍ଡ ଏବଂ ମହାଶକ୍ତି ଫାଉଣ୍ଡେସନ ଦ୍ୱାରା ପ୍ରୋତ୍ସାହିତ କରାଯାଇଛି । ଡଃ. ନାୟକ ଆଉଟଲେଟ ଉଦ୍‌ଘାଟନରେ କହିଲେ ଏହି ଆଉଟଲେଟ ଚାଷୀମାନଙ୍କ ପାଇଁ ଉପଯୁକ୍ତ ବଜାର ଯୋଗାଇବ । ଏଠାରେ ଚାଷୀମାନେ ସୁଲଭ ମୁଲ୍ୟରେ ଜୈବିକ ଖତ, ସାର, ଔଷଧ ଆଦି ପାଇ ପାରିବେ, ଯାହା ତାଙ୍କ ଆୟ ବୃଦ୍ଦିରେ ସାହାଯ୍ୟ କରିବ । ସେ ଝରଣିପାଲିରେ ସ୍ଥାପିତ କମ୍ୟୁଟର ଲାବ୍‌କୁ ପ୍ରଯୁକ୍ତି ବିଦ୍ୟା ସଶକ୍ତିକରଣର ଗୋଟିଏ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି କହିଲେ । ସେ ଆହୁରି କହିଲେ ଯେ, ଏହା ଅଂଶୀଦାରମାନଙ୍କ ପୁଅ ଝିଅ ତଥା ଯୁବପିଢିକୁ ଡିଜିଟାଲ ଜ୍ଞାନ କୌଶଳ ପ୍ରଦାନ କରିବାରେ ବିଶେଷ ସହାୟକ ହେବ । ମୋହନ ବଳିଆରସିଂହ ତାଙ୍କ ଉଦ୍‌ବୋଧନରେ ମହାଶକ୍ତି ଫାଉଣ୍ଡେସନର ପ୍ରତିବଦ୍ଧତାକୁ ସୁନିଶ୍ଚିତ କରିବା ତଥା କୃଷକ ସଂଗଠନ ଚାଷୀମାନଙ୍କ ଓ ଗ୍ରାମୀଣ ସମୁଦାୟଙ୍କୁ ସଶକ୍ତି କରିବା ପାଇଁ ସର୍ବଦା ପ୍ରଚେଷ୍ଟାରତ ବୋଲି କହିଥିଲେ । ସେ ଏହି ପଦକ୍ଷେପକୁ ଏଫ୍‌ପିଓମାନଙ୍କୁ ସଶକ୍ତ ଏବଂ ଗ୍ରାମ ଅଂଚଳରେ ଡିଜିଟାଲ ସାକ୍ଷରତା ବୃଦ୍ଧି ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ଉଲ୍ଲେଖ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ସମ୍ପତ ପଟେଲ, ହିତାଂଶୁ ସାହୁ, ରାଜେନ୍ଦ୍ର ମେହେରଙ୍କ ଭୂମିକା ପ୍ରଶଂସନୀୟ ଥିଲା । ଏପରି ପଦକ୍ଷେପକୁ ଉପସ୍ଥିତ ଚାଷୀମାନେ ତଥା ଅଂଶୀଦାରମାନେ ଆନନ୍ଦ ଓ କୃତଜ୍ଞତା ଜଣାଇଥିଲେ ।

Leave A Reply

Your email address will not be published.