oom

ସ୍ୱାମୀ ବିବେକାନନ୍ଦ ଜୟନ୍ତୀ ପାଳିତ

jsmm

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ସ୍ଵାମୀ ବିବେକାନନ୍ଦ ସେବା ସମିତି ପକ୍ଷରୁ ବିବେକାନନ୍ଦଙ୍କ ଜୟନ୍ତୀ ସହ ରାଷ୍ଟ୍ରୀୟ ଯୁବ ଦିବସ ପାଳିତ ହୋଇଯାଇଛି । ରାୟଗଡ଼ା ଗାୟତ୍ରୀ ନଗର ସ୍ଥିତ ଗାୟତ୍ରୀ ମନ୍ଦିର ସଭାଗୃହରେ ସମିତିର ସଭାପତି ଯୋଗେଶ୍ଵର ଦାସଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗୀ ଶ୍ରୀ ଚୈତନ୍ୟ ରାମଜୀ, ମୁଖ୍ୟବକ୍ତା ଭାବେ ଓଡ଼ିଶା କର୍ମଜୀବୀ ସାମ୍ବାଦିକ ସଂଘର ରାଜ୍ୟ ସଭାପତି ତଥା ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘ ସକ୍ଷମର ପ୍ରାନ୍ତଃ ସଂରକ୍ଷକ ବାଦଲ କୁମାର, ସମ୍ମାନିତ ଅତିଥି ଭାବେ ଗାୟତ୍ରୀ ପରିବାରର ଜିଲ୍ଲା ପ୍ରମୁଖ ସୁଧିର କୁମାର ମିଶ୍ର, ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘର ରାୟଗଡ଼ା ନଗର କାର୍ଯ୍ୟବାହ ବିଦ୍ୟାଭୂଷଣ ପଣ୍ଡା ଯୋଗଦେଇ ସ୍ୱାମୀ ବିବେକାନନ୍ଦଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବାପରେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ଦେଶାତ୍ମକ ସହ ସ୍ଵାଗତ ସଙ୍ଗୀତ ଗାନ କରିବା ପରେ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ବିବେକାନନ୍ଦଙ୍କ ଜୀବନୀ ବିଷୟରେ ସ୍ମୃତି ଚାରଣ କରିବା ସହ ଛାତ୍ର ଏବଂ ଯୁବ ସମାଜ ସ୍ଵାମୀ ବିବେକାନନ୍ଦଙ୍କ ଆଦର୍ଶକୁ ଗ୍ରହଣ କରି ନିଜ ଜୀବନକୁ ଆଗକୁ ନେବା ପାଇଁ ମାର୍ଗଦର୍ଶନ କରିଥିଲେ । ସମିତିର ସଂପାଦକ କୃଷ୍ଣକାନ୍ତ ଜେନା ସମିତିର କାର୍ଯ୍ୟଶୈଳୀ, କାର୍ଯ୍ୟକ୍ରମ ଉପରେ ଉପସ୍ଥାପନା କରିଥିଲେ । ସମିତିର କୋଷାଧ୍ୟକ୍ଷ ଗଣେଶ କୁମାର ସାହୁ ଉପସ୍ଥିତ ଛାତ୍ରଛାତ୍ରୀ, ମାନ୍ୟଗଣ୍ୟ ବ୍ୟକ୍ତି ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ଦୁର୍ଗା ମାଧବ ଘୋଷ, ରାମକୃଷ୍ଣ ପାଣିଗ୍ରାହୀ, ପ୍ରଦୀପ ସାହୁ, ଆନନ୍ଦ ରାଉଳ, ଅଶ୍ଵିନୀ ନାୟକ, ନେହା ସିଂ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମରେ ମଞ୍ଜୁଳା ମିନୀୟାକା, ରାୟଗଡ଼ା ଗାୟତ୍ରୀ ନଗର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଛାତ୍ରଛାତ୍ରୀ ଏବଂ ଗୁରୁମା ଗୁରୁଜୀ, ଗାୟତ୍ରୀ ପରିବାର, ଭାରତୀୟ ମଜଦୁର ସଂଘର କାର୍ଯ୍ୟକର୍ତ୍ତାଙ୍କ ସହ ବିଭିନ୍ନ ସଂଗଠନର ନେତୃବୃନ୍ଦ ଏବଂ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ ।

jittmm
Leave A Reply

Your email address will not be published.