csstore

ଟିଟିଲାଗଡ଼ରେ ଟିଟିଲାଗଡ଼ ଜୀବନ ବୀମା ଅଭିକର୍ତ୍ତା ଆସୋସିଏସନ୍‌ର ୨୮ତମ ବାର୍ଷିକ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ରବିବାର ଦିନ ସ୍ଥାନୀୟ ପୌର ପରିଷଦର କଲ୍ୟାଣ ମଣ୍ଡପ ଠାରେ ଟିଟିଲାଗଡ଼ ଜୀବନ ବୀମା ଅଭିକର୍ତ୍ତା ଆସୋସିଏସନ୍‌ର ବାର୍ଷିକ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଟିଟିଲାଗଡ଼ ବ୍ରାଞ୍ଚ ମ୍ୟାନେଜର କେଶବ ବେରିଆ, ଏବିଏମ୍‌ ମନୋଜ ରଣା, ଅଭିକର୍ତ୍ତା ଶାଖା ସଭାପତି ବୈକୁଣ୍ଠ ମେହେର, ଶାଖା ସମ୍ପାଦକ ଅସୀମ କୁଣ୍ଡୁ, ଜୋନାଲ ସମ୍ପାଦକ ସରୋଜ ସେଠୀ, ଫେଡରାଲ ଇସି ସଦସ୍ୟ ପ୍ରଫୁଲ୍ଲ କୁମାର ପଣ୍ଡା, କୋଷାଧ୍ୟକ୍ଷ କ୍ଷୀରୋଦ ସାହୁ ପ୍ରମୁଖ ମଞ୍ଚାସୀନ ହେବା ପରେ ମା’ ଘଣ୍ଟାଶୁଣିଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିବା ପରେ ଦୀପ ପ୍ରଜ୍ୱଳନ କରାଯାଇଥିଲା । ଏହାପରେ ଶାଖାର କିଛି ନିଧନ ହୋଇଥିବା ସଦସ୍ୟଙ୍କ ଆତ୍ମାର ସଦଗତି ନିମନ୍ତେ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ବୁଲବୁଲ ମେହେର ମଞ୍ଚ ପରିଚାଳନା କରିଥିଲେ । ଏହି ଅବସରରେ ବଲାଙ୍ଗିର ଓ ଆଖପାଖ ବିଭିନ୍ନ ସ୍ଥାନରୁ ଅଭିକର୍ତ୍ତା ମାନେ ଆସି ଯୋଗ ଦେଇଥିଲେ । ଉପସ୍ଥିତ ଥିବା ଏଲ୍‌ଆଇସିର ବୀମାରେ ବିଭିନ୍ନ ନିୟମ ପରିବର୍ତ୍ତନ କରାଯିବା, କମିଶନ କମେଇ ଦେବା ଭଳି ବିଭିନ୍ନ ଅସୁବିଧା ଫଳରେ ଆଗାମୀ ଭବିଷ୍ୟତ ଆମର କଣ ହେବ ବୋଲି ଆଲୋଚନା ହୋଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ କଣ୍ଟାବାଞ୍ଜିର ସେଟେଲାଇଟ ବ୍ରାଞ୍ଚର ବ୍ରାଞ୍ଚ ମ୍ୟାନେଜର ଯୋଗେଶ୍ୱର ରଣା, ଦେବକୁମାର ଚୌଧୁରୀ, ସୁଶାନ୍ତ ମିଶ୍ର, ସନ୍ତୋଷ ପୁରୋହିତ, ଟିଟିଲାଗଡ଼ର ବରିଷ୍ଠ ସଦସ୍ୟ ବି.ସି. କୁଣ୍ଡୁ, ମନୋଜ ଶତପଥୀ, ଶିବ ପରିଡା, ବଲାଙ୍ଗିରର ଅସୀମ ପଟ୍ଟନାୟକଙ୍କ ସମେତ ଅନ୍ୟାନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.