ଲୋଇସିଂହା, (କେପିଏନ୍ଏସ୍) : ଆଜି ବଲାଙ୍ଗିର ଗସ୍ତରେ ଆସି ଲୋଇସିଂହା ନିର୍ବାଚନ ମଣ୍ଡଳି ଅନ୍ତର୍ଗତ ନଅଗାଁ(ଖ) ପଞ୍ଚାୟତ ସ୍ଥିତ ବୁରୋଭାଡ଼ି ପ୍ରାଥମିକ କୃଷି ସମବାୟ ସମିତି ପରିଦର୍ଶନ କରି ଚାଷୀଙ୍କ ଧାନ ବିକ୍ରି ଓ ବିଭିନ୍ନ ସୁବିଧା ଅସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ । ଏହି ଅବସରରେ ନିଜେ ଅମଳ କରିଥିବା ଧାନକୁ କ୍ଵିଣ୍ଟାଲ ପିଛା ୩୧୦୦ ଟଙ୍କାରେ ବିକ୍ରି କରିଥିଲେ ମନ୍ତ୍ରୀ ଶ୍ରୀ ମହାଲିଙ୍ଗ । କୃଷକଙ୍କ ଉନ୍ନତିକୁ ଲୋକଙ୍କ ସରକାର ସର୍ବାଧିକ ଗୁରୁତ୍ଵ ଦେଉଛନ୍ତି ବୋଲି ନିଜ ବକ୍ତବ୍ୟରେ ମନ୍ତ୍ରୀ ଶ୍ରୀ ମହାଲିଙ୍ଗ କହିଥିଲେ ।