ଆଗଲପୁର, (କେପିଏନ୍ଏସ୍) : ଆଗଲପୁର ବ୍ଲକ ବଡଟିକା କ୍ରୀଡାସଂଘ ଆନୁକୂଲ୍ୟରେ ଆୟୋଜିତ ପ୍ରଥମ ରାଜ୍ୟସ୍ତରୀୟ ବଡଟିକା କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟର ପଞ୍ଚମ ଦିବସରେ ସମ୍ବଲପୁର ଏଫସି ଦଳ ଦୋସ୍ତି ବ୍ରଦର୍ସ ସୁନ୍ଦରଗଡକୁ ୨- ୦ ଗୋଲରେ ପରାସ୍ତ କରି ପୁଲ – ବିର ସେମି ଫାଇନାଲକୁ ଉନ୍ନୀତ ହୋଇଛି । ଏହି ଅବସରରେ କୁଶଙ୍ଗ ଆଞ୍ଚଳିକ ମହାବିଦ୍ୟାଳୟର ଅଧ୍ୟକ୍ଷ ବିଜୟ କୁମାର କଲେତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଖେଳାଳୀମାନଙ୍କୁ ଉତ୍ସାହିତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମାଜସେବୀ ତଥା ବଲାଙ୍ଗିର ଜିଲ୍ଳା କ୍ରୀଡା ସଂସଦ ସଦସ୍ୟ ସିଦ୍ଧେଶ୍ୱର ମିଶ୍ର, ଦାମୋଦର ବେହେରା, ବଲାଙ୍ଗିର କ୍ରୀଡା ସଂସଦ କୋଷାଧ୍ୟକ୍ଷ ହେମନ୍ତ ବେହେରା, ଫାଓ ରେଫରୀ ପ୍ରଫୁଲ୍ଳ ବଗର୍ତ୍ତୀ, ଏମପି ପ୍ରତିନିଧି ବାଳକୃଷ୍ଣ ଧରୁଆ, ବୁର୍ଡା ସରପଞ୍ଚ ସୁଦିପ ସା, ଯୁବନେତା ଆନନ୍ଦ ମେହେର, ଗୋଣ୍ଡୱାନା ଛାତ୍ର ସଙ୍ଗଠନର ଉପ ସଭାପତି ଚନ୍ଦ୍ର ଶେଖର କୁଅର, ଉପଦେଷ୍ଟା ରୁକ୍ମଣ ଧରୁଆ, ବଡଟିକା ସରପଞ୍ଚ ଉଦେନାଥ ନାଏକ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଉପସ୍ଥିତ ଥିଲେ । ସମ୍ବଲପୁର ଏଫସି ଦଳର ଖେଳାଳୀ ପ୍ରଶାନ୍ତ ଓରାମ ଶ୍ରେଷ୍ଠ ଖେଳାଳି ଭାବେ ମୁଖ୍ୟ ଅତିଥିଙ୍କ ଠାରୁ ପୁରସ୍କୃତ ହୋଇଥିଲେ । ଆଜିର ଖେଳରେ ମ୍ୟାଚ୍ କମିଶନର ସୁଦୟ ବାରିକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ରାଜ୍ କୁମାର ମଣ୍ଡଲ୍, ହିମାଂଶୁ ଶେଖର ଭୋଇ, ସୁଧାଂଶୁ ଶେଖର ସେଠ୍, ସଞ୍ଜିବ ମହାରଣା ପ୍ରମୁଖ ଖେଳ ପରିଚାଳନା କରିଥିଲେ । ଆନନ୍ଦ ପଧାନ ମଞ୍ଚ ପରିଚାଳନା କରିଥିବା ବେଳେ କ୍ରୀଡା ସଂଘର ସଭାପତି ଭୁବନେଶ୍ୱର ଧରୁଆ, ଉପ ସଭାପତି ଗୋପାଳ ବିଶ୍ୱାଳ, ସଂପାଦକ ଅନିଋଦ୍ଧ ଭୋଇ, ସହ ସଂପାଦକ ମନରଞ୍ଜନ ବିଶ୍ୱାଳ, କୋଷାଧ୍ୟକ୍ଷ ରାଜୁ ପଧାନ, ସଂଯୋଜକ ପ୍ରସନ୍ନ କୁମାର ସାହୁ , ଉପଦେଷ୍ଟା ସଦସ୍ୟ ଧନସିଂ ବାଗ ତଥା ସମସ୍ତ ସଭ୍ୟ ଓ ଗ୍ରାମବାସୀ ସହଯୋଗ କରିଥିଲେ । ଆସନ୍ତା କାଲି ଶନିବାର ଦିନ ବରଗଡ ୟୁନାଇଟେଡ୍ ଓ ସମ୍ବଲପୁର ଏଫସି ମଧ୍ୟରେ ଦ୍ୱିତୀୟ ସେମିଫାଇନାଲ୍ ଖେଳ ଅନୁଷ୍ଠିତ ହେବ ବୋଲି ଆୟୋଜକ କମିଟି ପକ୍ଷରୁ ପ୍ରକାଶ ।