ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ମୁଖ୍ୟ ଛକରେ ଶୁକ୍ରବାର ରାସ୍ତାରୋକ ଆନ୍ଦୋଳନ ହୋଇଯାଇଛି । ଦାଦନ ଶ୍ରମିକର ଶବକୁ ରଖି ଆନ୍ଦୋଳନ କରିଥିଲେ ଲୋକେ । ମୃତକ ଜଣକ ହେଲେ ପାଇକମାଲ ବ୍ଲକ କାଂସଡା ପଂଚାୟତ ବରପାଲି ଗ୍ରାମର ଜୟସିଂ ବିଶ୍ୱାଳ (୨୫) ପ୍ରାପ୍ତ ବିବରଣୀରୁ ଜଣା ପଡିଛି ଯେ, ଜୟ ସିଂ ବିଶ୍ୱାଳ, ତାଙ୍କର ସହଧର୍ମିଣୀ ଜ୍ୟୋତି ବିଶ୍ୱାଳ, ଅକ୍ରୁର ନାୟକ, ରୁକ୍ମିଣୀ ବିଶି, ସୁଲ ନାୟକ, ଶରଧା ନାୟକ ଆନ୍ଧ୍ରପ୍ରଦେଶ ରାଜ୍ୟ ଡିସପୁରୀ ଜିମାବାଦକୁ ଦାଦନ ଖଟିବାକୁଯାଇ ସେଠାରେ ଇଟା ଭାଟିରେ କାମ କରୁଥିଲେ, ତାଙ୍କୁ ଲାଠୋରର ସର୍ଦ୍ଦାର ଟଙ୍କ ରଣା ୨ ମାସ ପୂର୍ବରୁ ସେଠାକୁ ନେଇକରି ଯାଇଥିଲେ ବୋଲି ଜ୍ୟୋତି ବିଶ୍ୱାଳ କହିଛନ୍ତି । ପାଇକମାଳ ଥାନା ଅନ୍ତର୍ଗତ ବରପାଲି ଗ୍ରାମର ଦାଦନ ଶ୍ରମିକ ଜୟ ସିଂ ବିଶ୍ଵାଳ । ଗତ ୭ ତାରିଖ ଦିନ ରାତିରେ ଶୌଚ ଯାଉଛି ବୋଲି କହିଥିଲେ କିନ୍ତି ସେ ଫେରି ନଥିବାରୁ ସାଙ୍ଗ ମାନେ ସକାଳେ ଖୋଜିବାକୁ ଯାଇଥିଲେ । ପରେ ଏକ ଧାନ ରୁଆ କ୍ଷେତରେ ତାଙ୍କ ମୃତ ଦେହ ପଡ଼ିଥବାର ଦେଖି ମାଲିକକୁ କହିବା ପରେ ପୋଲିସକୁ ଖବର ଦେଇଥିଲେ ଇଟା ଭାଟି ମାଲିକ ଶବକୁ ପୋଲିସ ଜବତ କରି ଶବ ବ୍ୟବଚ୍ଛେଦ କରାଇବା ପରେ ଏକ ଆମ୍ବୁଲାନ୍ସ ଯୋଗେ ପାଇକମାଲ ଥାନା ଅନ୍ତର୍ଗତ ବରପାଲି ଗାଁକୁ ପଠାଇଥିଲେ। ଶବ ପହଞ୍ଚିବା ପରେ ପରିବାର ଲୋକେ ଆମ୍ବୁଲେସକୁ ପାଇକମାଲ ଛକକୁ ନେଇ କରିଥିଲେ ରାସ୍ତାରୋକ ଆନ୍ଦୋଳନ କରିତବଲେ । ପ୍ରଶାସନିକ ଅଧିକାରୀ ଓ ପୋଲିସ ବିଭାଗ ପହଞ୍ଚି ପରିବାର ଲୋକଙ୍କୁ ବୁଝାସୁଝା କରିବା ପରେ ଦିନ ୧୨ଟାରେ ରାସ୍ତାରୋକ ହଟିଥିଲା । ରେଡକ୍ରସ ପାଣ୍ଠି ଓ ହରିଶ୍ଚନ୍ଦ୍ର ଯୋଜନାରୁ ଆବଶ୍ୟକ ଅର୍ଥ ପ୍ରଦାନ ଓ ଇଟା ମାଲିକ ତଥା ସରକାରଙ୍କ ପକ୍ଷରୁ ଯାହା ସୁବିଧା ସୁଯୋଗ ଅଛି ଯୋଗାଇ ଦେବା ପାଇଁ ପ୍ରଶାସନ ପ୍ରତିଶ୍ରୁତି ପରେ ହଟିଥିଲା ରାସ୍ତାରୋକ ଆନ୍ଦୋଳନ । ଏହାକୁ ଏକ ହତ୍ୟା କାଣ୍ଡ ବୋଲି ଅଭିଯୋଗ କରି ଘଟଣାର ତଦନ୍ତ ଦାବୀପାଇଁ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଜ୍ୟୋତି ବିଶ୍ୱାଳ । ଆନ୍ଦୋଳନ ସମୟରେ ପାଇକମାଲ ଛକରେ ଦୁଇ ପ୍ଲାଟୁନ ଫୋର୍ସ, ପାଇକମାଲ ଥାନା ଆଇଆଇସି ସୁଶାନ୍ତ କୁମାର ପଧାନ, ତହସିଲଦାର ସିନ୍ଧୁସୁତା ପାତ୍ର, ପଦ୍ମପୁର ଥାନା ଆଇଆଇସି ମମତା ନାୟକ, ଜଗଦଳପୁର ଥାନା ଆଇଆଇସି କୈଳାସ ଚନ୍ଦ୍ର ପଧାନ, ଝାରବନ୍ଧ ଥାନା ଆଇଆଇସି କ୍ରିସେନସୀନ ସାମରିଆଙ୍କ ସହ ଅନେକ ପୋଲିସ ଉପସ୍ଥିତ ଥିଲେ ।