ରାୟଗଡା, (ଅକ୍ଷୟ କୁମାର ପିଡ଼ିସିକା) : ରାୟଗଡା ସହରର ବାଲାଜୀ ମନ୍ଦିର ସମ୍ମୁଖରେ ଥିବା ଏସ୍କେ ସପିଙ୍ଗ ମଲ୍ରେ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗି ପ୍ରାୟ ୬୦ ଲକ୍ଷରୁ ଅଧିକ ସମ୍ପତ୍ତି ଗଳିପୋଡ଼ି ପାଉଁଶ ହୋଇ ଯାଇଥିବା ଦେଖିବାକୁ ମିଳିଛି । ପ୍ରତ୍ୟକ୍ଷଦର୍ଶି କହିବା ଅନୁଯାୟୀ ଭୋର ପ୍ରାୟ ୪ଟା ସମୟରେ କୌଣଷି କାରଣ ବଶତଃ ଧୀରେ ଧୀରେ ନିଆଁ ବ୍ୟାପି ସକାଳ ୫ଟା ସମୟରେ ନିଆଁ ଓ ଧୂଆଁ ବାହାରକୁ ଜଣାପଡିଥିଲା । ସେତେବେଳେ ଦମକଳ ବାହିନୀଙ୍କୁ ତୁରନ୍ତ ଡ଼କାଇ ନିଆଁ ଲିଭାଇବା ପାଇଁ ଚେଷ୍ଟା ଚଳାଇଥିଲେ । ତଳ ମହଲାରେ ସବୁ ଲୁଗା ଓ ସୋ’ କେସ୍ ଓ ଫର୍ଣ୍ଣିଚର୍ ପୋଡି ପାଉଁଶ ହୋଇଯାଇଛି । ଦମକଳ ବାହିନୀ ନିଆଁ ଲିଭାଇବାରେ ତତ୍ପରତା ଦେଖାଇବା ଯୋଗୁଁ ନିଆଁ ଉପର ମହଲାକୁ ବ୍ୟାପି ନଥିଲା । ଲୁଗା ଦୋକାନର ମାଲିକ କାଶୀନାଥ ସାହୁ କୌଣସି ପ୍ରତିକ୍ରିୟା ପ୍ରକାଶ କରି ନଥିଲେ । ଦମକଳ ବାହିନୀ ଅଧିକାରୀ ଘଟଣାସ୍ଥଳରେ ତଦନ୍ତ ଜାରି ରଖିଛନ୍ତି ।
Next Post