ଅନ୍ତରାଷ୍ଟ୍ରୀୟ କ୍ରିକେଟ ଖେଳାଳି ଡି. ଶ୍ରୀରାମ ମୂର୍ତ୍ତିଙ୍କ ଦେହାନ୍ତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ସହରର ଜଣେ ସ୍ୱନାମଧନ୍ୟ ଅନ୍ତରାଷ୍ଟ୍ରୀୟ କ୍ରିକେଟ ଖେଳାଳି ଡି. ଶ୍ରୀରାମ ମୂର୍ତ୍ତି (୮୮)ଙ୍କ ଗତକାଲି ରାତ୍ର ୨ଘଣ୍ଟା ୪୦ ମିନଟ୍ ସମୟରେ ତାଙ୍କର ହଉସିଂ ବୋର୍ଡ଼ ନିକଟସ୍ଥ ହରିହର ନଗର ସ୍ଥିତ ଭରଦ୍ୱାଜ ପ୍ରତିଷ୍ଠାନ ଠାରେ ଦେହାନ୍ତ ହେଇଯାଇଛି । ହୃଦ୍‌ଘାତ ଜନିତ ରୋଗରେ ପୀଡ଼ିତ ହୋଇ ତାଙ୍କ ପରଲୋକ ହୋଇଥିବା ଜଣାପଡ଼ିଛି । ମୃତ୍ୟୁ ଶଯ୍ୟା ନିକଟରେ ପତିବ୍ରତା ସ୍ତ୍ରୀ ଡି.ରାମଣା, ବୋହୂ କମଳା, ଝିଅ ଆଶା ଜ୍ୟୋତି ଓ କାଞ୍ଚନ, ପୁଅ ତେଜସ୍ କୁମାର, ନାତି ଚନ୍ଦ୍ରକାନ୍ତ ଉପସ୍ଥିତ ଥିଲେ । ଡା. ନକୁଳ ସାହୁ, ବହୁ କ୍ରିକେଟ ପ୍ରେମୀ ଓ ବନ୍ଧୁବର୍ଗ ଶେଷ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ସେ ୨୧ ଗୋଟି ମ୍ୟାଚ୍‌ରେ ଖେଳି ଜିଲ୍ଲା ଓ ରାଜ୍ୟ ପାଇଁ ବହୁ ସୁନାମ ଆଣିଥିଲେ । ଅନେକ ଅନୁଷ୍ଠାନ ତରଫରୁ ସେ ମାନପତ୍ର ସହ ପୁରସ୍କୃତ ହୋଇ ସମ୍ୱର୍ଦ୍ଧିତ ହୋଇଛନ୍ତି । ସରକାରୀ ଚାକିରୀ କରି ଓ.ଆର୍.ଟି. ଅଫିସ୍‌ରେ କାର୍ଯ୍ୟ କରି ସେ ସଫଳତାର ସହ ଚାକିରୀ କରି ଶେଷ ପର୍ଯ୍ୟାୟରେ ଅଧ୍ୟକ୍ଷ ପଦରୁ ଅବସର ଗ୍ରହଣ କରିଥିଲେ । ଦୀର୍ଘ ସାତ ବର୍ଷ ଧରି ହରିହର ନଗର ସ୍ଥିତ ଭରଦ୍ୱାଜ ପ୍ରତିଷ୍ଠାନ ଠାରେ ରହି ଆସୁଥିଲେ । ତାହାଙ୍କ ବିୟୋଗରେ ବିଭିନ୍ନ ମହଲରେ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ ସହ ଶୋକବ୍ୟକ୍ତ କରାଯାଇଛି ।

Leave A Reply

Your email address will not be published.