csstore

ରକ୍ତଦାନ ଶିବିର ଆୟୋଜନ

  • ‘ସମସ୍ତ ଦାନ ଭିତରେ ରକ୍ତ ଦାନ ଶ୍ରେଷ୍ଠ ଦାନ’

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୁଇଁତଳା ବ୍ଳକ ଅନ୍ତର୍ଗତ ମହୀମୁଣ୍ଡା ହାଇସ୍କୁଲ ଠାରେ ଜିଲ୍ଲାସ୍ତରୀୟ ଜୁନିୟର ରେଡକ୍ରସ ତାଲିମ ଶିବିରର ଦ୍ୱିତୀୟ ଦିବସରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ଶିକ୍ଷା ଅଧିକାରୀ ଧ୍ରୁବଚରଣ ବେହେରା ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରି ସମସ୍ତ ଦାନ ଭିତରେ ରକ୍ତଦାନ ଶ୍ରେଷ୍ଠ ଦାନ ବୋଲି କହିବା ସହ ଏହା ଦ୍ୱାରା ଆମେ ଅମୂଲ୍ୟ ଜୀବନ ବଂଚାଇ ପୁଣ୍ୟ ଅର୍ଜନ କରିବାର ସୌଭାଗ୍ୟ ଲାଭ କରିଥାଉ ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ ୩୧ଜଣ ରକ୍ତ ଦାତା ରକ୍ତଦାନ କରିଥିଲେ । ଅରୁଣ ରାଜପଲିଆ, ଦୟାସାଗର ଛୁରା, ଚନ୍ଦ୍ର ଧ୍ୱଜ ଭୋଇ, ସଚିନ ବିଭାର, ବିନୋଦ ସୁନା, ସୋମେଶ୍ୱର ପ୍ରଧାନ, ସୁଜିତ ଜାଲ, ହେମନ୍ତ ଛତ୍ରିଆ, ଜଗଦିଶ ସୁନା, ପ୍ରହଲ୍ଲାଦ ଶିକା, ମାଧବ ପଧାନ, ସଂଗୀତା ମେହେର, ହରିହର ମାଝୀ, ଶଶୀକାନ୍ତ ଭୋଇ, ମୀନକେତନ ମେହେର, ବିରେନ୍ଦ୍ର ନାଏକ, ଶିବଶଙ୍କର ମହନ୍ତ, ଅଜୟ ସନ୍ଦୀପ ଲାକ୍ରା, ଦେବ ପ୍ରସାଦ ମଲ୍ଲିକ, ଚିତ୍ରସେନ ବେହେରା, ଜିତେନ୍ଦ୍ର ସରଭଙ୍ଗ, ପ୍ରଦୀପ୍ତ ଦଣ୍ଡସେନା, ଆନନ୍ଦ ବଡ଼ପଣ୍ଡା, ସତ୍ୟବ୍ରତ ଜେନା, ବବୃ ମାଝୀ, ସୁଜାତା ପଟେଲ, ସୁନୀଲ ବେହେରା, ରାଧେଶ୍ୟାମ ରାଉତ, ଦୀଲିପ ଯୋଶୀ, ଚିତ୍ତରଞ୍ଜନ ପଣ୍ଡା, ସୁଧାଂଶୁ ମିଶ୍ର ପ୍ରମୁଖ ରକ୍ତଦାନ କରିଥିଲେ । ଜୁନିୟର ରେଡକ୍ରସ ଅଫିସର ବିକାଶ ସାହୁ, ପରାମର୍ଶଦାତା ଜୟକୃଷ୍ଣ ନାଏକ, ଭକ୍ତ ନାଏକ, ରଞ୍ଜିତ ମିଶ୍ର ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.