csstore

୩୭ତମ ଜିଲ୍ଲା ସ୍ତରୀୟ ଜୁନିୟର ରେଡକ୍ରସ ତାଲିମ ଶିବିର ଉଦ୍‌ଘାଟିତ

ବଲାଙ୍ଗିର, (କେପିଏନ୍‌ଏସ୍‌) :ବଲାଙ୍ଗିର ଜିଲ୍ଲା ପୁଇଁତଳା ବ୍ଲକ ଅନ୍ତର୍ଗତ ମହୀମୁଣ୍ଡା ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ୩୭ତମ ଜିଲ୍ଲା ସ୍ତରୀୟ ଜୁନିୟର ରେଡକ୍ରସ ତାଲିମ ଶିବିର ଉଦ୍‌ଘାଟିତ ହୋଇଯାଇଛି । ତ୍ରିଦିବସୀୟ ଏହି ତାଲିମ ଶିବିରକୁ ବଲାଙ୍ଗିର ଜିଲ୍ଲାପାଳ ଗୌରବ ଶିବାଜି ଇସଲୱାର ମୁଖ୍ୟ ଅତିଥିଭାବେ ଯୋଗଦେଇ ରେଡକ୍ରସ ପତାକା ଉତ୍ତୋଳନ ପୂର୍ବକ ଉଦ୍‌ଘାଟନ କରିଥିଲେ । ଜିଲ୍ଲା ଶିକ୍ଷା ଅଧିକାରୀ ଧ୍ରୁବଚରଣ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ବଲାଙ୍ଗିର ଜିଲ୍ଲାପାଳ ନିଜ ବକ୍ତବ୍ୟରେ ଶିବିରର ଆୟୋଜନ ମହତ୍ ଉଦ୍ଦେଶ୍ୟ ଓ ଏହାକୁ ଉପଯୋଗ କରି ସମାଜର ଉନ୍ନତି ଦିଗରେ ସମର୍ପିତ ହେବାକୁ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ । ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ବେହେରା ନିଜ ବକ୍ତବ୍ୟରେ ନୈତିକତା, ଶୃଙ୍ଖଳା, ସଚ୍ଚୋଟପଣିଆ, ଚରିତ୍ରବତ୍ତା, ଦୂରଦୃଷ୍ଟି ଜୀବନରେ ସଫଳତା ହାସଲ କରିବାର ମାଧ୍ୟମ ବୋଲି କହିଥିଲେ । ସମ୍ମାନୀତ ଅତିଥିଭାବେ ଏଡିଇଓ କେଶବ ଚରଣ ମେହେର, ବିଇଓ ପୁଇଁତଳା ଲୋକନାଥ ସୁନା, ବିଇଓ ଲୋଇସିଂହା ରୀନାକୁମାରି ବେହେରା, ବିଇଓ ଦେଓଗାଁ ମମତା ମହଡିକ, ବିଇଓ ଆଗଲପୁର ଶ୍ୟାମ ମେହେର, ବିଇଓ ଗୁଡଭେଲା ରୁଷିଆ ମେହେର, ପୁଇଁତଳା ବ୍ଲକ ଚେୟାରମ୍ୟାନ ସରୋଜ ପ୍ରଧାନ ଯୋଗଦେଇ ଶିବିରାର୍ଥୀକୁଂ ଉତ୍ସାହିତ କରିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ବିଦ୍ୟାଳୟର ଛାତ୍ରୀମାନେ ସ୍ୱାଗତ ସଙ୍ଗୀତ ଗାନ କରିଥିଲେ । ଜୁନିୟର ରେଡକ୍ରସ ଅଫିସର ବିକାଶ ସାହୁ ସ୍ୱାଗତ ଭାଷଣ ଓ ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ପାତ୍ର କ୍ୟାମ୍ପ ବିବରଣୀ ପ୍ରଦାନ କରିଥିଲେ । ୩ଦିନ ଧରି ଚାଲିବାକୁ ଥିବା ଏହି ଶିବିରରେ ୫୭୦ଜଣ ଜୁନିୟର, ୨୦୯ ଜଣ ପରାମର୍ଶଦାତା, ୯ ଜଣ ସାଧନକର୍ମୀ ଯୋଗଦେଇଛନ୍ତି । କାର୍ଯ୍ୟକ୍ରମର ସଂଯୋଜନା ହେମନ୍ତ ପ୍ରଧାନ କରିଥିବା ବେଳେ ଧନ୍ୟବାଦ ଦେଇଥିଲେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁନୀଲ ଭୋଇ ।

jayashree
Leave A Reply

Your email address will not be published.