jayashree

ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ବିକ୍ଷୋଭ

ବଲାଙ୍ଗୀର, (ଦେବାଶିଷ ମିଶ୍ର) : ଆଜି ରାଷ୍ଟ୍ରୀୟ ମଜୁଦର କଂଗ୍ରେସ ବଲାଙ୍ଗିର ଜିଲ୍ଲା କମିଟି ତରଫରୁ ରାଜ୍ୟବ୍ୟାପୀ ଗଣବିକ୍ଷୋଭ ବଲାଙ୍ଗିର ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ସମ୍ମୁଖରେ ଜିଲ୍ଲା ସଭାପତି କୃଷ୍ଣଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ୟୁନାଇଟେଡ୍‌ ଟ୍ରେଡ୍‌ ୟୁନିୟନ ଅଫ୍‌ ବଲାଙ୍ଗିର ତରଫରୁ ସର୍ବପ୍ରଥମେ ବିଶିଷ୍ଟ ଶ୍ରମିକ ନେତା ଲଳିତ ନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା ଏବଂ ବଲାଙ୍ଗିର ଜିଲ୍ଲା ମାଟି ଦୁଃଖି ଦରିଦ୍ରଙ୍କ ଦରଦି ବନ୍ଧୁ ଶ୍ରମିକଙ୍କ ସ୍ୱର ଭଳି ନେତାଙ୍କୁ ହରାଇଥିବାରୁ ଗଭିର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇ ବିକ୍ଷୋଭ କାର୍ୟ୍ୟକ୍ରମ ଆରମ୍ଭ ହୋଇଥିଲା । ଶ୍ରଦ୍ଧାଞ୍ଜଳି କାର୍ୟ୍ୟକ୍ରମରେ ୟୁଟିୟୁବି ତରଫରୁ ଅଧ୍ୟକ୍ଷ ବିଭୁଦତ୍ତ ମିଶ୍ର, ଅରୁଣ ସାହୁ, ଅମୋଦ ମହାପାତ୍ର, କୃଷ୍ଣଚନ୍ଦ୍ର ସାହୁ, ପ୍ରେମାନନ୍ଦ ଭୋଇ, ଗୁଣସାଗର ମାଝି ପ୍ରମୁଖ ଯୋଗଦେଇଥିଲେ । ସମଗ୍ର ଦେଶରେ କେନ୍ଦ୍ର ସରକାରଙ୍କ ବିମୁଦ୍ରିକରଣ ଓ ଜିଏସ୍‌ଟି ଭଳି ଭୁଲ ନିଷ୍ପତ୍ତି ଯୋଗୁଁ ଆର୍ଥିକ ମନ୍ଦା ଦେଇ ଗତି କରୁଥିବା ବେଳେ କରୋନା ମହାମାରୀ ଭଳି ସାଂପ୍ରତିକ ସଂକ୍ରମଣ ପରିସ୍ଥିତି ଯୋଗୁଁ ସମଗ୍ର ଦେଶରେ ଅସ୍ୱାଭିକ ପରିସ୍ଥିତି ସୃଷ୍ଟି ହୋଇଛି । ବର୍ତ୍ତମାନ ମଧ୍ୟମ ଓ ଛୋଟ ଶିଳ୍ପ ଗୁଡିକର ଅଚଳାବସ୍ଥା ଲାଗି ରହିଥିବାରୁ ଏହା ଦ୍ୱାରା ୧୧କୋଟି ଶ୍ରମିକ ଜିବନ ଜିବିକା ହରାଇଛନ୍ତି ଏବଂ ୧୩.୯ କୋଟି ପ୍ରବାସୀ ସମ୍ପୁର୍ଣ୍ଣ ରୋଜଗାର ବିପର୍ୟ୍ୟସ୍ତ ହୋଇପଡିଛି । ୧୧ଶହରୁ ଉଦ୍ଧ୍ୱର୍ ପ୍ରବାସୀଙ୍କ କରୋନା କାଳରେ ଘରକୁ ଫେରିବା ସମୟରେ ମୃତ୍ୟୁ ଘଟିଛି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଉଦ୍ୟୋଗ ମାଧ୍ୟମରେ ଠିକା ଶ୍ରମିକ ଓ କର୍ମ·ରୀ ସମ୍ପୁର୍ଣ୍ଣ ରୂପେ ରୋଜଗାର ହରାଇଛନ୍ତି କିନ୍ତୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ଓ ଦପ୍ତରରେ ଅନେକ ପଦ ପଦବୀ ଖାଲି ପଡି ରହିଥିବା ବେଳେ ଆଜି ପୂରଣ କରାଯାଉନାହିଁ । ବେକାରୀ ସମସ୍ୟା ହୁ ହୁ ହୋଇ ବଢି·ଲିଛି । କୋଭିଡ୍‌ ୧୯ରେ କାର୍ୟ୍ୟ କରୁଥିବା ହଜାର ହଜାର ସ୍ୱାସ୍ଥ୍ୟ ସହାୟିକା, ନର୍ସ ଏବଂ ଏଏନ୍‌ଏମ୍‌ ମାନଙ୍କୁ ·କିରିରୁ ବହିଷ୍କାର କରିଦିଆଯାଇଛି । ଫଳରେ ଦିର୍ଘ ଦିନ ଧରି ଭୁବନେଶ୍ୱରର ରାଜରାସ୍ତାରେ ବସିରହିଛନ୍ତି । ତାଲା ବନ୍ଦ ସମୟରେ ସମସ୍ତଙ୍କୁ ଦରମା ଦେବା ପ୍ରସ୍ତାବ କାର୍ୟ୍ୟକାରୀ ହେଲା ନାହିଁ । ଆନ୍ତର୍ଜାତିକ ବଜାରରେ ଅଷୋଧିତ ତୈଳ ଦର କମି ଆସୁଥିବା ବେଳେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମନଇଚ୍ଛା ଟିକଟ ବୃଦ୍ଧି ଯୋଗୁଁ ପେଟ୍ରୋଲ, ଡିଜେଲ ଓ ଗ୍ୟାସ ଦର ଆକାଶଛୁଆଁ ବୃଦ୍ଧି ଘଟିଛି । ଫଳରେ ନିତ୍ୟ ବ୍ୟବହାର୍ୟ୍ୟ ଦ୍ରବ୍ୟ ହୁ ହୁ ହୋଇ ଦାମ ବଢୁଛି । ଏହା ଦ୍ୱାରା ବେରୋଜଗାରୀ ଓ ଯୁବ ସମାଜ ଅଧିକ ଭାବେ କ୍ଷତିଗ୍ରସ୍ତ ହେଉଛି । ଚାଷ ଓ ଚାଷୀଙ୍କୁ ଘୋର ବିପଦ ମୁହଁକୁ ଠେଲି ଦିଆଯାଉଛି । ରାଜ୍ୟରେ ମଣ୍ଡି ବ୍ୟବସ୍ଥା ସତ୍ତେ୍ୱ ଧାନ ମଣ୍ଡି ଭିତରେ ଚାଷୀଙ୍କୁ ଲୁଣ୍ଠନ କରାଯାଉଥିବା ବେଳେ ଧାନ ମଣ୍ଡି ବାହାରେ ଚାଷୀକୁ ଶୋଷଣ ହେବାକୁ ବାଧ୍ୟ କରାଯାଉଛି । ଏ ସବୁ ଜାଣିଶୁଣି ସରକାର କୋ÷÷ଣସି ପଦକ୍ଷେପ ନେଉନାହାନ୍ତି । ବିଭିନ୍ନ ପ୍ୟାକ୍ସରେ ଧାନ କିଣା ଯାଉଥିବା ବେଳେ ପ୍ୟାକ୍ସ ମାଧ୍ୟମରେ ଧାନ ନ କିଣି ସିଧାସଳଖ ମିଲରେ ଧାନ ଭର୍ତ୍ତି ହେଉଛି । ଏହା ତଦନ୍ତ ସାପେକ୍ଷ ଅଟେ । ଏଣୁ ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ପକ୍ଷରୁ ଆଜି ୧୧ ଦଫା ଦାବୀ ସମ୍ମିଳିତ ଦାବୀପତ୍ର ବଲାଙ୍ଗିର ଜିଲ୍ଲାପାଳଙ୍କ ମାଧ୍ୟମରେ ରାଜ୍ୟପାଳଙ୍କୁ ପ୍ରଦାନ କରାଯାଇଅଛି । ବେକାର ଶିକ୍ଷିତଙ୍କୁ ଚାକିରି ଏବଂ ଶ୍ରମିକଙ୍କୁ ରୋଜଗାର ନଚେତ ୬ହଜାର ଟଙ୍କା ବେକାରୀ ଭତ୍ତା ପ୍ରଦାନ କର, ଘରୋଇ କ୍ଷେତ୍ରରେ ୮୦ ପ୍ରତିଶତ ସ୍ଥାନ ସଂରକ୍ଷଣ ଓ ପ୍ରବାସୀଙ୍କୁ ରୋଜଗାର ପାଇଁ ସ୍ୱତନ୍ତ୍ର ଆଇନ ହେଉ, ରାଜ୍ୟ ବାହାରକୁ ଦାଦନ ଯାଇ ମୃତ୍ୟୁବରଣ କରିଥିବା ଶ୍ରମିକର ପରିବାରକୁ ୨୫ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯାଉ, କୋଭିଡ୍‌ ସମୟରେ ଘୋଷଣା ହୋଇଥିବା ୧୫୦୦ଟଙ୍କା ଆଜି ପର୍ୟ୍ୟନ୍ତ ବଲାଙ୍ଗିର ଜିଲ୍ଲାରେ ଶ୍ରମିକଙ୍କୁ ପ୍ରଦାନ କରାଯାଇନାହିଁ ତାର ପଦକ୍ଷେପ ନିଆଯାଉ, ଶ୍ରମ ଓ ଶ୍ରମ ବିରୋଧି ୪ଟି ଲେବର କୋର୍ଡ ଏବଂ କୃଷି ଓ କୃଷକ ବିରୋଧି ୩ଟି ଲେବର ଆଇନକୁ ରଦ୍ଦ କରାଯାଉ, ରାଷ୍ଟ୍ରୟତ ଉଦ୍ୟୋଗ ଗୁଡିକର ନିଧିକରଣ ବନ୍ଦ କରାଯିବାକୁ ଦାବି କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ନିଖିଳ ଉତ୍କଳ ଗ୍ରାମୀଣ ଚାଷୀ ମୁଲିଆ ସଂଘର ଜିଲ୍ଲା ସଭାପତି ପ୍ରେମାନନ୍ଦ ଭୋଇ, ସଂପାଦକ ଚକାଚରଣ ମାଝି, ପୁରନ୍ଦର ବାଗ, ପର୍ଶୁରାମ ଭୋଇ, ବିଜୟ ଭୋଇ, ପିଙ୍କୁ ଗଡତ୍ୟା,ପିତାମ୍ବର ପ୍ରଧାନ, ପ୍ରମୁଖ ଗଣବିକ୍ଷୋଭ କାର୍ୟ୍ୟକ୍ରମରେ ସାମିଲ ଥିଲେ ।

Leave A Reply

Your email address will not be published.