oom

ଅଲାତରା ଠାରେ ପଞ୍ଚାୟତ ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା – ୨୦୨୫

jsmm

ମ.ରାମପୁର (ପି.କେ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଅଲାତରା ପଞ୍ଚସଖା ପଡିଆ ଠାରେ ୨୭ତମ କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୫ ପାଳିତ ହୋଇଯାଇଛି । ସରପଞ୍ଚ ସସ୍ମିତା ନାଗଙ୍କ ନେତୃତ୍ୱରେ ଶିବ ମନ୍ଦିରରୁ ମଶାଲ ଯାତ୍ରା ଆରମ୍ଭ କରି କରି ଗ୍ରାମ୍ୟ ପରିକ୍ରମା କରିଥିଲେ । ମୁଖ୍ୟ ଅତିଥିଭାବେ ବ୍ଲକ ଅଧକ୍ଷ୍ୟା ମନ୍ଦା କିନି ସିଂଦେଓ, ମୁଖ୍ୟବକ୍ତା ନାଟ୍ୟ ନିର୍ଦ୍ଧେଶକ ତଥା ଶିକ୍ଷାବିତ ଖଗେଶ୍ୱର ରଣା, ସଂମାନିତ ଅତିଥି ଭାବେ ଘନଶ୍ୟାମ ବଗର୍ତ୍ତି, ପିତାମ୍ବର ନାଗ, ଚୁଡାମଣି ରଣା, ଯୁଗେଶ୍ୱର ବାରିକ, କଳାକାର କଂହେଇ ବାଗ, ଚୈତନ୍ୟ ଦାସ, ଜନ୍ମେଜୟ ରଣା, ଆଦିତ୍ୟ ଦଣ୍ଡିଆ, ସନ୍ତୋଷ ସାହୁ, ସୁବାସ ବାରିକ, ନାଏବ ସରପଞ୍ଚ ନରେଶ ଦଣ୍ଡିଆ, ଏମ.ବି.କେ ମମିତା ସାହୁ, ପ୍ରମୁଖ ଉପସ୍ଥିତ ରହି କଳାହାଣ୍ଡିର କଲା ସଂସ୍କୃତି ଉପରେ ବକ୍ତବ୍ୟ ରଖିଥିବା ବେଳେ କୃତି କଳାକାରମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ଗଙ୍ଗାଧର ରଣା ଓ ପର୍ଶୁରାମ ବାଗ ମଞ୍ଚ ସଂଯୋଜନା କରିଥିବା ବେଳେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଚଞ୍ଚଳ ହରିଜନ ଏଡିଓ ୟସପଲ ନାଗ, ଯୋଗାଣ ସହାୟକ ସୁଶାନ୍ତ ବଗର୍ତ୍ତି ତଥା ସମସ୍ତ ସଭ୍ୟ,ସଭ୍ୟାମାନେ ସାହାର୍ଯ୍ୟକ୍ରମ ସମସ୍ତଙ୍କ ମନ ମୋହିଥିଲା ।

jittmm
Leave A Reply

Your email address will not be published.