csstore

ବାରଖମା ଠାରେ ଧାନ ମଣ୍ଡି ଉଦ୍‌ଘାଟିତ

ବାଲିଗୁଡ଼ା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଚାଷୀଙ୍କ ଠାରୁ ସରକାରୀ ଧାର୍ଯ୍ୟ ମୂଲ୍ୟରେ ଧାନ କ୍ରୟ ଲାଗି ବାଲିଗୁଡ଼ା ବ୍ଳକ ବାରଖମା ଠାରେ ଧାନ ମଣ୍ଡି ଉଦ୍‌ଘାଟିତ ହୋଇଯାଇଛି । ଅଗ୍ରଣୀ ମହିଳା ସ୍ୱୟଂ ସହାୟକ ଗୃପ ଯିହୋବାରାଫା ଏହି ଧାନ କିଣିବା ପାଇଁ ସ୍ଥିର ହୋଇଥିଲା । ଏହି ଅବସରରେ ବାଲିଗୁଡ଼ା ସିଡ଼ିପିଓ ଆୟୋଜିତ ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ଶୁଭାରମ୍ଭ କରିଥିଲେ । ଚାଷୀ ଯେପରି ଧାନର ଉପଯୁକ୍ତ ମୂଲ୍ୟ ପାଇବେ ଓ କଟନି ଛଟନି ନହେବ ସେଥିପ୍ରତି ଦୃଷ୍ଟି ଦେବାଲାଗି ପରାମର୍ଶ ଦେଇଥିଲେ । ଏଥିରେ କୁମୁଦିନୀ ମଲ୍ଲିକ ସରପଞ୍ଚ, ସମେତ ବାରଖମା, ରେବିଙ୍ଗିଆ, ସଲାଗୁଡା ଓ ସୁଡ୍ରା ପଞ୍ଚାୟତକୁ ନେଇ ଗଠିତ ହୋଇଥିବା କୃଷକ ସଙ୍ଗଠନ ସଭାପତି ବଂଶୀଧର ଦାଣ୍ଡିଆ, ସଂପାଦକ ସିମଞ୍ଚଳ ପାତ୍ର, ସାନନ୍ଦ ମଲ୍ଲିକ, ଉପଦେଷ୍ଟା ବିରେନ୍ଦ୍ର କୁମାର ସାହୁ, ପରମାନନ୍ଦ ନାୟକ, ଅଗ୍ରଣୀ ଚାଷୀ, ମିଶନ ଶକ୍ତିର ସୁରେଶ କହଁର, ଏମ୍‌ବିକେ ଶିଖା ରାଣୀ ଦିଗାଲ, ବି.ଏଲ୍‌.ଏଫ୍‌ ସଭାପତି ମାଳା ସିନୀ ଦିଗାଲ, ସଂପାଦକ ମିନି ପ୍ରଧାନ ଓ ଅନ୍ୟମାନେ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.