oom

ଇନ୍ଦ୍ରାବତୀରୁ ରବି ଜଳସେଚନର ଶୁଭାରମ୍ଭ

jsmm

ଜୟପାଟଣା, (ଶେଷଦେବ ବେହେରା) : ଇନ୍ଦ୍ରାବତୀ ମଙ୍ଗଳପୁର ସ୍ଥିତ ହାତୀ ବେରେଜରୁ ଚଳିତ ରବି ଚାଷ ପାଇଁ ଉଭୟ ବାମ ଓ ଦକ୍ଷିଣ ମୁଖ୍ୟ କେନାଲରେ ଜଳସେଚନର ଶୁଭାରମ୍ଭ କରାଯାଇଛି । ଚଳିତ ବର୍ଷ ଉଭୟ କେନାଲର ୫୩, ୩୭୪ ହେକ୍ଟର ଜମିରେ ଜଳସେଚନର ଲକ୍ଷ ରଖାଯାଇ ଥିବା ବେଳେ କଳାହାଣ୍ଡି ଜିଲ୍ଲାର ଜୟପାଟଣା, କଲମପୁର, କୋକସରା, ଧର୍ମଗଡ, ଜୁନାଗଡ ଚାଷୀମାନେ ଉପକୃତ ହେବେ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି । ଜଳ ଭଣ୍ଡାର ମଧ୍ୟରେ ୬୩୫.୧୫ ମିଟର ପାଣି ରହିଥିବା ବେଳେ ଜଳସେଚନର ଅବଧି ସମୟରେ ସୁପରିଚାଳନା ପାଇଁ ପର୍ଯ୍ୟାୟ କ୍ରମେ ଜଳସେଚନ କରାଯିବ ବୋଲି ସୂଚନା ମିଳିଛି । ପୁଜନୋତ୍ସବ ପରେ ବାମ ଓ ଦକ୍ଷିଣ କେନାଲରେ ପ୍ରାରମ୍ଭିକ ଭାବରେ ୩ କୁମେକ୍ସ ଲେଖାଏଁ ପାଣି ଛଡ଼ା ଯାଇଥିଲା । ଆୟୋଜିତ କାର୍ଯ୍ୟକ୍ରମରେ ବାମ ମୁଖ୍ୟ କେନାଲ କୁସୁମ ଖୁଣ୍ଟି ଅଧିକ୍ଷଣ ଯନ୍ତ୍ରୀ ତୃପ କୁମାର ପାତ୍ର, ଦକ୍ଷିଣ ମୁଖ୍ୟ କେନାଲ ମୁଖୀଗୁଡା ଅଧିକ୍ଷଣ ଯନ୍ତ୍ରୀ ରାଜକୁମାର ବେହେରା, ସହକାରୀ ଯନ୍ତ୍ରୀ ପରମାନନ୍ଦ ନାୟକ, ରଘୁନାଥ ମୁଣ୍ଡା, କନିଷ୍ଠ ଯନ୍ତ୍ରୀ ଭଗବାନ ନାହାକ, ଶ୍ରୀନିବାସ ରାଉତ ଓ ଅନେକ ଚାଷୀ ଉପସ୍ଥିତ ରହିଥିଲେ ।

jittmm
Leave A Reply

Your email address will not be published.