pr

ଶିବତଲା ପଂଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟରେ ‘ମୋ ସ୍କୁଲ ଅଭିଯାନ’ ଅନୁଷ୍ଠିତ

dr. purohit

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ବ୍ଲକ ଅନ୍ତର୍ଗତ ଶିବତଲା ଗ୍ରାମ ପଂଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟରେ ଗତ ତା.୧୬.୦୧.୨୦୨୧ (ଶନିବାର) ଦିନ ‘ମୋ ସ୍କୁଲ ଅଭିଯାନ’ ସଭା ଅନୁଷ୍ଠିତ ହୋଇଯାଇଛି । ମୋ ସ୍କୁଲ ଅଭିଯାନ କମିଟି ସଭାପତି ଶାନ୍ତନୁ କୁମାର ରଣାଙ୍କ ଅଧ୍ୟକ୍ଷତାରେ ବଲାଙ୍ଗିର ବ୍ଲକ ଚେୟାରମେନ ଗୋଲାପ ବାଗ ମୁଖ୍ୟ ଅତିଥି, ଗ୍ରାମ ପଞ୍ଚାୟତ ସରପଂଚ ବାଳକୃଷ୍ଣ ବେହେରା ଓ କଳାକାହ୍ନୁ ବେହେରା ବିଶିଷ୍ଟ ଅତିଥି ଏବଂ ଭିଲେଜର୍ସ ଇଣ୍ଡିଆ ପାର୍ଟି ଅଧ୍ୟକ୍ଷ ଡ. ବିପିନ କୁଶୁଲିଆ ମୁଖ୍ୟ ବକ୍ତା ଭାବେ ମଞ୍ଚାସୀନ ଥିଲେ ।

ଶ୍ରୀ ବାଗ ନିଜ ବକ୍ତବ୍ୟରେ ପୁରାତନ ଛାତ୍ର ଛାତ୍ରୀ ଏବଂ ଅଭିଭାବକ ମାନଙ୍କୁ ‘ମୋ ସ୍କୁଲ ଅଭିଯାନ’ ଯୋଡି ହେବା ସହିତ ସହଯୋଗ ଏବଂ ଅନୁଦାନ ପାଇଁ ଆହ୍ୱାନ ଦେଇଥିବା ବେଳେ ଡ. କୁଶୁଲିଆ ନିଜ ଅନୁଭବକୁ ବ୍ୟକ୍ତ କରି କହିଥିଲେ ଯେ, କେଉଁ ନମ୍ବରରେ ଆସିବା ତାହା ନୁହେଁ ବରଂ ସର୍ବଦା ନିଜ କର୍ତ୍ତବ୍ୟ ପ୍ରତି ନିଷ୍ଠା ଓ ଲକ୍ଷ୍ୟ ରଖି ଆଗେଇ ଚାଲିଲେ ସଫଳତା ନିଶ୍ଚିନ୍ତ ଭାବେ ମିଳିଥାଏ ଓ ମୁଖ୍ୟ ବିଷୟ ଏହା ଯେ, ପୁରାତନ ଛାତ୍ର ଛାତ୍ରୀଙ୍କୁ ଆମ ସ୍କୁଲ ସହିତ ଯୋଡାଇ ରଖି ଅଧିକରୁ ଅଧିକ ଛାତ୍ରଛାତ୍ରୀ ପ୍ରାଥମିକ ଓ ଉଚ୍ଚ ବିଦୟାଳୟରେ ଯୋଗଦେବା ପାଇଁ ମୋ ସ୍କୁଲ ଅଭିଯାନର ମୁଖ୍ୟ ଲକ୍ଷ୍ୟ ହେଉ । ସ୍କୁଲର ଭୌତିକ ପରିବେଶ ତଥା ଉନ୍ନତମାନର ଶିକ୍ଷା ହେବା ପାଇଁ ଶିକ୍ଷକ ଅତ୍ୟାବଶକ ଅଟେ ବୋଲି କହିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଗ୍ରାମ କମିଟି ଅଧ୍ୟକ୍ଷ ହେମସାଗର ମାଝୀ ଏବଂ ସ୍କୁଲ ପ୍ରଧାନ ଶିକ୍ଷକ ଅକ୍ଷୟ କୁମାର ଥନାପତି, ଶିକ୍ଷକ ହୋଲିଶ୍ୱର ଧରୁଆ, ଶିକ୍ଷକ ହରି ମେହେର ନିଜ ନିଜ ଅନୁଭୁତି ଓ ମୋ ସ୍କୁଲ ଅଭିଯାନକୁ ପୂର୍ଣ୍ଣ ସହଯୋଗ କରିବା ପାଇଁ ନିଜ ମତାମତ ଦେଇଥିଲେ । ବ୍ୟବସ୍ଥାପକ ରମେଶ ବଗାର ଏବଂ ସୁରେନ୍ଦ୍ର କମ୍ପ, କୃଷ୍ଣ ଚନ୍ଦ୍ର ଧରୁଆ ଓ ବସନ୍ତ ଭୋଇ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଶେଷରେ ସ୍କୁଲର ପୂର୍ବତନ ଛାତ୍ର ତଥା ଶିକ୍ଷକ କୈଳାଶ ଥପା ଧନ୍ୟବାଦ ଦେଇଥିଲେ ।

nrusinghnath
Leave A Reply

Your email address will not be published.