oom

ବଡ଼ଟୀକାରେ ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ

jsmm

ଆଗଲପୁର, (କେପିଏନ୍‌ଏସ୍‌) : ଆଗଲପୁର ବ୍ଲକ ବଡଟିକା ସ୍ଥିତ ଧରଣୀଧର ହାଇସ୍କୁଲ ଖେଳପଡିଆ ଠାରେ ସ୍ଥାନୀୟ କ୍ରୀଡ଼ାସଂଘ ଆନୁକୁଲ୍ୟରେ ଆଜି ଠାରୁ ପ୍ରଥମ ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଯାଇଛି । ବଲାଙ୍ଗିର ସ୍ପୋର୍ଟସ ହଷ୍ଟେଲ ଓ ଝାରସୁଗୁଡ଼ା ଶାନ୍ତି ନଗର ମଧ୍ୟରେ ଅନୁଷ୍ଠିତ ଉଦ୍‌ଘାଟନୀ ମ୍ୟାଚ୍ ନିର୍ଦ୍ଧାରିତ ସମୟ ମଧ୍ୟରେ ଅମିମାଂସିତ ରହିବାରୁ ଟ୍ରାଇବେକରର ସହାୟତା ନିଆଯାଇଥିଲା । ଏଥିରେ ବଲାଙ୍ଗିର ସ୍ପୋର୍ଟସ ହଷ୍ଟେଲ ବିଜୟୀ ହୋଇଥିଲା । ଉଦ୍‌ଘାଟନୀ ସମାରୋହରେ ମୁଖ୍ୟ ଅତିଥିଭାବେ ଯୁବନେତା ଆକାଶ ମିଶ୍ର ଏବଂ ସମ୍ମାନିତ ଅତିଥିଭାବେ ଜିଲ୍ଲା କ୍ରୀଡ଼ା ସଂସଦର ଫୁଟବଲ ସମ୍ପାଦକ ଶରତ ନନ୍ଦ, ବଡଟିକା ସରପଞ୍ଚ ଉଦେଲାଲ ନାଏକ, ପୂର୍ବତନ ସରପଞ୍ଚ ଅଶୋକ ପଟେଲ, କଲାର ସିଂ ବାଗ, ନଅଗାଁ (ଖ) ସରପଞ୍ଚ ବୃନ୍ଦାବନ ସେଟ୍ ପ୍ରମୁଖ ଯୋଗଦେଇ ଖେଳାଳୀମାନଙ୍କୁ ଉତ୍ସାହିତ କରିଥିଲେ । ମ୍ୟାଚ୍ କମିଶନର ସୁଦୟ ବାରିକଙ୍କ ତତ୍ତ୍ଵାବଧାନରେ ରେଫରୀ ଭାବେ ଦେବାଶିଷ ବାଗ, ହିମାଂଶୁ ଶେଖର ସେଟ୍, ସଞ୍ଜୀବ ମହାରଣା, କରୁଣାକର ପଧାନ ପ୍ରମୁଖ ଖେଳ ପରିଚାଳନା କରିଥିଲେ । ବଲାଙ୍ଗିର ଦଳର ଖେଳାଳୀ ପ୍ରମୋଦ ଆଜିର ଶ୍ରେଷ୍ଠ ଖେଳାଳୀ ଭାବେ ପୁରସ୍କୃତ ହୋଇଥିଲେ । ବଡଟିକା କ୍ରୀଡ଼ା ସଂଘର ସଭାପତି ଭୁବନେଶ୍ୱର ଧରୁଆ, ଉପ ସଭାପତି ଗୋପାଳ ବିଶ୍ଵାଳ, ସମ୍ପାଦକ ଅନିରୁଦ୍ଧ ଭୋଇ, ସହ ସମ୍ପାଦକ ମନୋରଞ୍ଜନ ବିଶ୍ଵାଳ, ସଂଯୋଜକ ପ୍ରସନ୍ନ ସାହୁ, କୋଷାଧ୍ୟକ୍ଷ ରାଜୁ ପଧାନଙ୍କ ସମେତ ସମସ୍ତ କର୍ମକର୍ତ୍ତା କ୍ରୀଡ଼ା ପରିଚାଳନାରେ ସହଯୋଗ କରିଥିଲେ । ୭ ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ପ୍ରତିଯୋଗିତାର ଫାଇନାଲ ଖେଳ ଆସନ୍ତା ୧୨ରେ ଅନୁଷ୍ଠିତ ହେବ । ମଙ୍ଗଳବାର ଦିନର ଖେଳ ରାଉରକେଲା ଓ କୁଚିଣ୍ଡା ଏକାଦଶ ମଧ୍ୟରେ ଅନୁଷ୍ଠିତ ହେବ ବୋଲି ଆୟୋଜକଙ୍କ ସୂତ୍ରରୁ ଜଣାଯାଇଛି ।

jittmm
Leave A Reply

Your email address will not be published.