oom

ଐତିହାସିକ ପର୍ଯ୍ୟଟନ ସ୍ଥଳି ରାମଗଡଠାରେ ପଞ୍ଚାୟତ ହାଇସ୍କୁଲ ଗଣ୍ତାବାହାଲି ୨୦୧୦ ମାଟ୍ରିକ୍ ବ୍ୟାଚ୍‌ର ବନ୍ଧୁମିଳନ ଉତ୍ସବ

jsmm

ନୂଆପଡା, (କେପିଏନ୍‌ଏସ୍‌) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ପଞ୍ଚାୟତ ହାଇସ୍କୁଲ ଗଣ୍ତାବାହାଲିର ୨୦୧୦ ମାଟ୍ରିକ ବ୍ୟାଚ୍‌ର ବନ୍ଧୁ ମିଳନ ଉତ୍ସବ ଐତିହାସିକ ତଥା ପର୍ଯ୍ୟଟନ ସ୍ଥଳି ରାମଗଡଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିଭିନ୍ନ ସ୍ଥାନରେ କର୍ମ ନିଯୋଜନ ହେଇଥିବା ବନ୍ଧୁ ଏକତ୍ର ହୋଇ ନିଜ ମଧ୍ୟରେ‌ ଭାବର ଆଦାନ ପ୍ରଦାନ କରିବା ସହ ଏହି ବ୍ୟାଚ୍‌ର କିଛି ବନ୍ଧୁ ଇହଲିଳା ସମ୍ବରଣ କରିଥିଲେ ତାଙ୍କର ସ୍ମୃତି ଚାରଣ କରି ନିରବ ପ୍ରାର୍ଥନା କରିଥିଲେ । ନାଚ ,ଗୀତ, ଖେଳରେ ନିଜ ନିଜ ଅଭିଜ୍ଞତା ବଖାଣିବା ସହ ହାଇସ୍କୁଲ ପଢୁଥିବା ସମୟର ଅନୁଭୂତି ଗୁଡ଼ିକ ଆଦାନ ପ୍ରଦାନ କରିଥିଲେ । ଶେଷରେ ରାମଗଡ ପର୍ଯ୍ୟଟନ ସ୍ଥଳି ପରିଭ୍ରମଣ କରିଥିଲେ । ରାମଗଡ ପାଦ‌ଦେଶର ସବୁଜିମା ପରିବେଶ ମଧ୍ୟମରେ ଭୋଜିଭାତ ଆୟୋଜନ କରିବା ସହ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଉପଭୋଗ କରିଥିଲେ ।

jittmm
Leave A Reply

Your email address will not be published.