ସାଲେଭଟା ଚଣ୍ଡୀମନ୍ଦିର ଭଜନ ଓ ସତସଙ୍ଗ କାର୍ଯ୍ୟକ୍ରମ

ଆଗଲପୁର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଆଗଲପୁର (ଡୁଡୁକା) ବ୍ଳକ ସାଲେଭଟା ଚଣ୍ଡୀ ମନ୍ଦିର ସତ୍‌ସଙ୍ଗ ରୌପ୍ୟ ଜୟନ୍ତୀ ଉତ୍ସବର ଉଦ୍‌ଘାଟିତ ହୋଇଯାଇଛି । ଏହି ଉତ୍ସବ୨୦୦୦ ମସିହାରୁ ସାଲେଭଟା ଚଣ୍ଡୀ ମନ୍ଦିରରେ ମାସର ପ୍ରଥମ ରବିବାର ସତ୍‌ସଙ୍ଗ ସୁଧା ଆରମ୍ଭ ହୋଇଆସୁ ଥିବା ବେଳ ଏହାର ରୌପ୍ୟ ଜୟନ୍ତୀ ଉତ୍ସବର ଅନୁଷ୍ଠିତ ହୋଇଯାଇଛି । ସତ୍‌ସଙ୍ଗ କମିଟିର ସ୍ଥାୟୀ ସଭାପତି ଗିରିଧାରୀ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍‌ଘାଟ ଉତ୍ସବରେ ପୁର୍ବତନ ବଲାଙ୍ଗିର ଲୋକସଭା ସଦସ୍ୟ ତଥା ପୁର୍ବତନ ଲୋଇସିଂହା ବିଧାୟକ ବାଳଗୋପାଳ ମିଶ୍ର ମୁଖ୍ୟ ଅତିଥିଭାବରେ ଯୋଗଦାନ କରି ପୂଜାର୍ଚ୍ଚନା କରି ଏହାର ଶୁଭାରଭମ୍ଭ କରିଥିଲେ । ମୁଖ୍ୟବକ୍ତା ଦଧିବାମନ ତ୍ରୀପାଠୀ, ଅନ୍ୟତମ ଅତିଥି ଅବସର ପ୍ରାପ୍ତ ଡାକ୍ତର ଭାଷ୍କର ଚନ୍ଦ୍ର ଦାଶ, ପଣ୍ଡିତ ତଥା ଲେଖକ ଶଶିଭୁଷଣ ମିଶ୍ର ଓ ବୃନ୍ଧାବନ ଶତପଥି ପ୍ରମୁଖ ଯୋଗଦାନ କରିଥିଲେ । ସତସଙ୍ଗ ସୁଧାରେ ଯୋଗଦାନ କରିଥିବା ଆସୁଥିବା ପ୍ରବକ୍ତା ସ୍ୱର୍ଗତ ହରିବନ୍ଧୁ ମିଶ୍ର, ଯୁଧିଷ୍ଠିର ମହର୍ତମ, ଧିରେନ୍ଦ୍ର ବଢେ଼ଇ ସମେତ ଅନୁଷ୍ଠାନର ଦିବଂଗତ ସଭ୍ୟମାନଙ୍କ ବିୟୋଗରେ ତାଙ୍କର ଆତ୍ମାର ସତଗତି ନିମନ୍ତେ ୨ମିନିଟ୍‌ ନିରବ ପ୍ରାର୍ଥନା କରାଯାଇଥିଲା । ଏନେଇ ପ୍ରକାଶିତ ସ୍ମରଣୀକା ଭକ୍ତି ନିର୍ଝରିଣୀକୁ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା । ବରୁଣ ଶତପଥି ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ନନ୍ଦଲାଲ ପଟେଲ ମଂଚ ପରିଚାଳନା କରିଥିଲେ । ଏନେଇ ଭଜନ ସମାରୋହ ସହ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବ୍ୟାସ ବରୁଣ ଶତପଥି ଶ୍ରୀମତ ଭଗବତ ଗୀତାର ଦଶମସ୍କନ୍ଧର ଦ୍ୱାରିକାଳିଳା ପାଠ କରିଥିଲେ । ଢେ଼ଙ୍କାନାଳ ଭୂବନର ପ୍ରବଚକ ଭକ୍ତ ରବିନ୍ଦ୍ର ନଥ ଦାସ ପ୍ରବଚନ ପ୍ରଦାନ କରିଥିଲେ । ଏହାକୁ ମାଧବ ଡାଙ୍ଗ, ରମେଶ ଦାଶ, ଆନନ୍ଦ ପଟ୍ଟନାୟକ, ସର୍ବେଶ୍ୱର ମେହେର, ବିକ୍ରମ ପଧାନ, ମନବୋଧ କଦମ, ହରୀବୋଲ ସାହୁ, ବିଶ୍ୱ ପଧାନ, ଶିବ ଥନାପତି, କୁଳମଣୀ ସାହୁ, ପଦ୍ମନାଭ ସାହୁ, କର୍ମ ସାହୁ, ବାଲା ସେଠ, ସୁବଳ ସାହୁ, ଧୃବ ସାହୁ, ମାନସ ନନ୍ଦ, ଶେଷ ଦେବ ମିଶ୍ର, ଦୀନବନ୍ଧୁ ପଟେଲ, ଲିଙ୍ଗରାଜ ଦିଶ୍ର, ସୁବଳ ସାହୁ ପ୍ରମୁଖ ପରିଚାଳନା କରିଥିଲେ ।

Leave A Reply

Your email address will not be published.