ବ୍ଳକ ସ୍ତରୀୟ ମଶାରୀ ବଣ୍ଟନ ସଚେତନତା ତାଲିମ ଶିବିର

ତୁରେକେଲା, (କୌଳାଶ ସଗ୍ରିଆ) : ମେଳେରିଆ ପ୍ରବଣ ତୁରେକେଲା ବ୍ଲକ ସ୍ଥିତ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ସଭା ଗୃହରେ ତୁରେକେଲା ବ୍ଳକରେ କାର୍ୟ୍ୟରତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ନେଇ ଏକ ବ୍ଳକ ସ୍ତରୀୟ ମଶାରୀ ବଣ୍ଟନ ସଚେତନତା ତାଲିମ ଶିବିର ଅନୁଷ୍ଠିତ ହୋଇଥିଲା । ଏହି ତାଲିମ କାର୍ୟ୍ୟକ୍ରମରେ ପବ୍ଳିକ ହେଲ୍‌ଥ ଏକ୍ସଟେନସନ ଅଫିସର ଅନୁପ ସିଂ ମାଝୀ ଓ ମେଳେରିଆ ସୁପରଭାଇଜର ଚୀରଶ୍ରୀ ଡାଙ୍ଗ ଉପସ୍ଥିତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ମଶାରୀ ବଣ୍ଟନ ସମୟରେ ଅଙ୍ଗନବାଡି କର୍ମୀ, ଆଶା କର୍ମୀ ମାନଙ୍କୁ ସହଯୋଗ କରିବା ସହିତ ହିତାଧିକାରୀ ମାନଙ୍କୁ ମଶାରୀ କିପରି ବ୍ୟବହାର କରିବେ ତାହା ଡେମୋ କରି ଦେଖେଇବେ ବୋଲି କୁହାଯାଇଥିଲା । ଏହି କାର୍ୟ୍ୟକ୍ରମରେ ତିନିଗୋଟି ସେକ୍ଟର ଯଥା ଚଟୁଅନକା, ତୁରେକେଲା ଓ ବଡବାଙ୍କୀର ୧୪୪ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ତାଲିମ ଦିଆଯାଇଥିଲା । ଚଳିତ ମାସ ୨୩ ତାରିଖରୁ ପର୍ୟ୍ୟାୟ କ୍ରମେ ମଶାରୀ ବଣ୍ଟନ ହେବ ବୋଲି କହିଥିଲେ।ତାଲିମ କାର୍ୟ୍ୟକ୍ରମରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ରଘୁନାଥ ମହରା, ଶିକ୍ଷକ ବିରଞ୍ଚି ନାରାୟଣ ଦାଶ, ପ୍ରେମରାଜ ପାଣିଗ୍ରାହୀ, ଭୀମସେନ ପଣ୍ଡା, ରାଜକିଶୋର ମେହେର, ସତ୍ୟ ପ୍ରକାଶ ସାହୁ ଓ ସୁଧାଂଶୁ ଖମାରୀ ସମେତ ଅନ୍ୟାନ୍ୟ ଶିକ୍ଷକ ଉପସ୍ଥିତ ଥିଲେ ।

Leave A Reply

Your email address will not be published.