oom

ମୁକ୍ତି ଲାଭ କଲା କୋଶଲି/ସମ୍ବଲପୁରୀ ଭିଡ଼ିଓ ବଲାଙ୍ଗିରିଆ ରସିଆ ପିଲା

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ସାମ୍ବାଦିକ ଭବନ ଠାରେ ଏକ ବର୍ଣ୍ଣାଢ଼୍ୟ ଉତ୍ସବରେ ତପସ୍ୱିନୀ ଅଡିଓ ଭିଜୁଆଲର କୋଶଲି/ସମ୍ବଲପୁରୀ ମ୍ୟୁଜିକ ଭିଡିଓ ବଲାଙ୍ଗିରିଆ ରସିଆ ପିଲା ମୁକ୍ତିଲାଭ ହୋଇ ଲୋକାର୍ପଣ ହୋଇଯାଇଛି । ପଶ୍ଚିମ ଓଡିଶା ପ୍ରଡ୍ୟୁସର ଆସୋସିଏସନ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବରେ ପୂର୍ବତନ ପୋପା ଅଧ୍ୟକ୍ଷ ଅଜୟ କୁମାର ଦାଶ ଏବଂ ବିଶିଷ୍ଟ କଣ୍ଠଶିଳ୍ପୀ ବ୍ୟାସଦେବ ପୁରୋହିତ ଯୋଗଦାନ କରି ପୋପାର ଏହି ଉଦ୍ୟମ ଫଳରେ ନୂଆଁ ପିଢ଼ିର କଳାକାର ମାନଙ୍କୁ ଲୋକ ଲୋଚନକୁ ଆଣି ତାଙ୍କର ପ୍ରତିଭା ବିକାଶରେ ସହଯୋଗ ହୋଇ ପାରିବ ବୋଲି ମତବ୍ୟକ୍ତ କରିଥିଲେ । ପୋପାର ଉପସଭାପତି ଶରତ ମହାକୁର ଆଗକୁ ମଧ୍ୟ ଏହିଭଳି କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରଯୋଜକ ମାନେ କିଭଳି ଲାଭନ୍ୱିତ ହୋଇ ପାରିବେ ସେଥିପାଇଁ ପ୍ରଚାର ପ୍ରସାର ବ୍ୟାପକ କରାଯିବ ବୋଲି ମତ ରଖିଥିଲେ । ପରେ ଆଲବମ ସହିତ ଜଡିତ ଲେଖକ କପିଳେଶ୍ୱର ଖମାରୀ, ଚୈତନ୍ୟ ମଟାରୀ, ସଂଗ୍ରାମ ମହାପାତ୍ର ସାଇକୃଷ୍ଣ, ଟୂବୁଲ ସିଂ, ଚରଣ, ପୂର୍ଣ୍ଣ, ପରେଶ ଆଲବମର ନାୟକ କ୍ରିଷ୍ଣରାଜ, ବ୍ୟବସାୟୀ ଅଭିଜନ ପତି, ପ୍ରୋଯୋଜିକା ରତ୍ନ ମଞ୍ଜରୀ ପତି ପ୍ରମୁଖଙ୍କୁ ଉପଢୌକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ମାନୀତ କରାଯାଇଥିଲା । ବିଶିଷ୍ଟ ସଙ୍ଗୀତ ଶିଳ୍ପୀ ମୁରଲିଧାରି ପତିଙ୍କ ପୌରୋହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ପୋପାର ସମ୍ପାଦକ ଦେବେନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିବା ବେଳେ ପରିଚାଳନା କରିଥିଲେ ସିରିଶା ସୁଭଦର୍ଶିନୀ ପତି । ପରିଶେଷରେ ଶତାଧିକ ଦର୍ଶକଙ୍କ ସମାଗମରେ ଗୀତର ଭିଡିଓ ପ୍ରଦର୍ଶନ କରାଯାଇଥିଲା ।

jittmm
Leave A Reply

Your email address will not be published.