csstore

କପିଲାଭଟାରେ କୃଷି ସମବାୟ ସମିତି ଲିଃ କାର୍ଯ୍ୟାଳୟ (ଧାନମଣ୍ଡି) ସ୍ଥାପନ ପାଇଁ ଦାବି

ବଙ୍ଗୋମୁଣ୍ଡା, (ଅଜୁର୍ନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କପିଲାଭଟା ପଞ୍ଚାୟତ ହେଡ଼କ୍ୱାଟର ଠାରେ କୃଷି ସମବାୟ ସମିତି ଲିଃ କାର୍ଯ୍ୟାଳୟ (ଧାନମଣ୍ଡି) ସ୍ଥାପନ ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି । ବିଭିନ୍ନ ସମୟରେ ବିଭାଗୀୟ ଅଧିକାରୀଙ୍କୁ ଦୃଷ୍ଟି ଆକର୍ଷଣ କରିଛନ୍ତି ହେଲେ ପ୍ରତିଶ୍ରୁତି ପାଣିର ଗାର ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି । ବଲାଙ୍ଗିର ଜିଲ୍ଲାର ଶେଷ ସୀମାରେ ଥିବା କପିଲାଭଟା ପଞ୍ଚାୟତରେ ସ୍ଥାପନ କଲେ ନିକଟସ୍ଥ ପଂଚାୟତର ବିଭିନ୍ନ ଗାଁର ଚାଷୀ ଭାଇମାନେ ସୁବିଧାରେ ନିଜ ଉପାର୍ଜନ ଧାନକୁ ବିକ୍ରି କରି ପାରିବେ ବୋଲି ଆଶା କରିଛନ୍ତି । ଅଞ୍ଚଳର ଚାଷୀମାନେ ଧାନ ବିକ୍ରି କରିବା ପାଇଁ ଚୁଲିଫୁଙ୍କା ପ୍ୟାକ୍ସକୁ ଯାଇ ଖର୍ଚ୍ଚନ୍ତେ ହେବା ସହ ସେଠାରେ ଦିନ ରାତି ରହି ଚାଷୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି । ଗତ କିଛି ଦିନ ତଳେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କୁ ଅଞ୍ଚଳବାସୀ ସାକ୍ଷାତ କରି ମଣ୍ଡି ସ୍ଥାପନ ସମ୍ପର୍କରେ ଆଲୋଚନା କରିଥିଲେ । ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରି ପଦକ୍ଷେପ ନିଆଯିବ ବୋଲି ବିଧାୟକ ଲକ୍ଷ୍ମଣ ବାଗ ପ୍ରତିଶ୍ରୁତି ଦେଇଥିଲେ । ତୁରନ୍ତ କପିଲାଭଟା ପଞ୍ଚାୟତ ହେଡ଼କ୍ୱାଟର ଠାରେ କୃଷି ସମବାୟ ସମିତି ଲିଃ କାର୍ଯ୍ୟାଳୟ (ଧାନମଣ୍ଡି) ସ୍ଥାପନ ପାଇଁ ମାଁ ସାହାଜି ଯୁବକ ସଂଘର ସମ୍ପାଦକ ହୁଲେଶ୍ୱର ହଂସ, ସମିତିସଭ୍ୟ କେଦାର ଭୋଇ, ପୂର୍ବତନ ସମ୍ପାଦକ ପରମାନନ୍ଦ ଛତ୍ରୀଆ, ଭୁରିଶ୍ରବା ବିଶି, ପଙ୍କଜ ବିଶି, ପ୍ରଫୁଲ୍ଲ କୁମାର ବିଶି, ରାହୁଲ ବାଗ, ସନନ୍ତ ଜାଲ, ପ୍ରେମଲାଲ ହଂସ, ଜୟନ୍ତୀଲାଲ ହଂସ,ସନ୍ତୋଷ ହଂସ, ବୀର ହଂସ, ପାର୍ଥ ଲହଂସ, ଦେବାଶିଷ ବିଶିଙ୍କ ସହ ଅଞ୍ଚଳବାସୀମାନେ ଦାବି କରିଛନ୍ତି । ତୁରନ୍ତ ପ୍ରଶାସନ ଏ ଦିଗରେ ଆବଶ୍ୟକ ପଦକ୍ଷେପ ନନେଲେ ଆନ୍ଦୋଳନ କରିବାକୁ ଅଞ୍ଚଳବାସୀମାନେ ଚେତାବନୀ ଦେଇଛନ୍ତି ।

jayashree
Leave A Reply

Your email address will not be published.