jsm

ମାଁ ଦୁର୍ଗେଇ ଦେବୀଙ୍କ ପରିଚାଳନା ପୂଜା କମିଟିର ସମୀକ୍ଷ ବୈଠକ

csstore

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ମିଠାପାଲ ପଞ୍ଚାୟତ ମନଭଙ୍ଗ ଡ୍ୟାମ ସ୍ଥିତ ଯମୁନା କନ୍ଧୁଣୀ ଶକ୍ତିପୀଠ ଠାରେ ଡିସେମ୍ବର ୧୪ ଓ ୧୫ ତାରିଖରେ ମାଁ ଦୁର୍ଗେଇ ଦେବୀଙ୍କ ପୂଜାର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ପୂଜା କମିଟିର ସଭାପତି ମଧୁସୂଦନ ପାଣ୍ତେ ସଭା ପରିଚାଳନା କରିଥିଲେ । ସଂପାଦକ ବେଣୁଧର ମଲ୍ଲିକ ଚଳିତ ବର୍ଷ ମାଁ ଦୁର୍ଗେଇ ଦେବୀ ଯାତ୍ରାର ଆୟବ୍ୟୟ ବିବରଣୀ ପାଞ୍ଚପାଲି ଭଦ୍ରବ୍ୟକ୍ତ ଠାରେ ଉପସ୍ଥାପନ କରିଥିଲେ । ସମୀକ୍ଷା ବୈଠକରେ ଆଗାମୀ ଦିନରେ ମାଁ ଦୁର୍ଗେଇ ଦେବୀଙ୍କ ପୂଜାକୁ କିପରି ସୁନ୍ଦର ଓ ସାବଲୀଳ ହେବ, ମନଭଙ୍ଗ ଡ୍ୟାମ ନିକଟସ୍ଥ ମାଣ୍ତିଆ ଗ୍ରାମରେ ୫ ଏକ ଜମିକୁ ମଧୁବନ ତୋଟା କରିବା ପାଇଁ ପ୍ରସ୍ତାବ ଦିଆଯାଇଥିଲା । ବୈଠକରେ ମନଭଙ୍ଗ, ପିପଲଖୁଣ୍ଟା, ଲଉଡମାଲ, ମୋତିଲାଲ, କୁଢେରଫସା ଆଦି ଗ୍ରାମର ଭଦ୍ରବ୍ୟକ୍ତି ଉପସ୍ଥିତ ଥିଲେ । ଦୁର୍ଗେଇ ଦେବୀ ପରିଚାଳନା ପୂଜା କମିଟିର ଉପ ସଭାପତି ପୂର୍ଣ୍ଣଚନ୍ଦ୍ର ଭୁଏ, ସହ ସମ୍ପାଦକ ତ୍ରିନାଥ ମଲ୍ଲିକ, କୋଷାଧ୍ୟକ୍ଷ ହିରଣ୍ୟ ମଲ୍ଲିକ, ପୂଜାରୀ ସୁବାଷ ମଲ୍ଲିକ, ରଣଜିତ ମଲ୍ଲିକ, ବିଶକେଶନ ମଲ୍ଲିକ, ସଚିତାନନ୍ଦ ମଲ୍ଲିକ, ବଜାରୁ ଧରୁଆ, ନାରାୟଣ ମଲ୍ଲିକ, ସ୍ୱେଚ୍ଛାସେବୀ ରାଧେଶ୍ୟାମ ମାହାର, ଝସକେତନ କନ୍ଧ, ବ୍ରଜକିଶୋର ବିଶି, ହେମନ୍ତ ମଲ୍ଲିକ, ଡମ୍ବରୁଧର ଭୁଏ, ନୂତନ ଭୁଏ ପ୍ରମୁଖ ଉପସ୍ଥିତ ଥିଲେ । ବୈଠକ ଶେଷରେ ସହ ସମ୍ପାଦକ ତ୍ରିନାଥ ମଲ୍ଲିକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

yuvodaya
Leave A Reply

Your email address will not be published.