oom

ବିପ୍ଲବୀ ଛାତ୍ର ସଂଗଠନ ଏ.ଆଇ.ଡି.ଏସ୍‌.ଓର ୭୧ତମ ପ୍ରତିଷ୍ଠା ଦିବସ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଶିକ୍ଷା ସଭ୍ୟତା ଓ ମାନବତାକୁ ରକ୍ଷା କରିବା ପାଇଁ ଲଢେଇ କରୁଥିବା ଦେଶର ଏକ ମାତ୍ର ବିପ୍ଲବୀ ଛାତ୍ର ସଂଗଠନ ଏ.ଆଇ.ଡି.ଏସ୍‌.ଓ ୭୧ତମ ପ୍ରତିଷ୍ଠା ଦିବସ ଜିଲ୍ଲା କାର୍ଯ୍ୟାଳୟ ଗନ୍ଧରେଲ ଠାରେ ପାଳିତ ହୋଇଯାଇଛି । ପ୍ରାରମ୍ଭରେ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିବା ଏ.ଆଇ.ଡି.ଏସ୍‌.ଓର ରାଜ୍ୟ ଉପ ସଭାପତି କମ୍ରେଡ ଭାଗ୍ୟରବି ଦାସ ସଂଗଠନର ରକ୍ତ ପତାକା ଉତ୍ତଳନ କରିବା ସହ ସହିଦ ସ୍ତମ୍ଭରେ ଛାତ୍ର ଆନ୍ଦୋଳରେ ସହିଦ ହୋଇଥିବା ସହିଦମାନଙ୍କୁ ସାମୁହିକ ମାଲ୍ୟାର୍ପଣ କରାଯାଇଥିଲା । କମ୍ରେଡ ଦାସ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ଏ.ଆଇ.ଡି.ଏସ୍‌.ଓ ଏକକ ଭାବରେ ସରକାରୀ ଶିକ୍ଷା ଉପରେ ନଇଁ ଆସୁଥିବା ସର୍ବଗ୍ରାସୀ ଆକ୍ରମଣ ବିରୁଦ୍ଧରେ ଆନ୍ଦୋଳନ ଜାରି ରଖିଛି । ଶିକ୍ଷା ସଭ୍ୟତା ଓ ମାନବତା ଉପରେ ହେଉଥିବା ଆକ୍ରମଣ ବିରୁଦ୍ଧରେ ଛାତ୍ରଛାତ୍ରୀ ଏକ ହେବା ସହ ଶିକ୍ଷାର ଘରୋଇକରଣ, ସାମ୍ପ୍ରଦାୟିକ କରଣ, କେନ୍ଦ୍ରୀକରଣ ଏବଂ ଧନ୍ଦାମୂଖିକରଣର ନୀଳନକ୍ସା ଜାତୀୟ ଶିକ୍ଷାନୀତି ୨୦୨୦ ସହ ଶିକ୍ଷା ଅନୁଷ୍ଠାନ ଗୁଡିକର ବହୁବିଧ ସମସ୍ୟା ବିରୁଦ୍ଧରେ ଦୁର୍ବାର ଛାତ୍ର ଆନ୍ଦୋଳନ ଗଢ଼ି ତୋଳିବାକୁ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ କରିଥିଲେ । ଏହି ସଭାରେ ଏ.ଆଇ.ଡି.ଏସ୍‌.ଓ ଅନ୍ୟତମ ରାଜ୍ୟ ଉପସଭାପତି କମ୍ରେଡ ସୁନିଲ କୁମାର ଭୋଇ, ଜିଲ୍ଲା ସଭାପତି ମଧୁସୁଦନ ବାଗ, ଜିଲ୍ଲା ସମ୍ପାଦିକା କମ୍ରେଡ ଗୌରୀ ରାଉତ, ଜିଲ୍ଲା କମିଟି ସଭ୍ୟ ମନୋଜ ସାହୁ, ସିଦ୍ଧାନ୍ତ ମହାକୁର, ନୀତିଶ କୁମ୍ଭାର, ଅଙ୍କିତ ନାଏକଙ୍କ ସହ ବହୁ ଛତ୍ରଛାତ୍ରୀ ଯୋଗଦେଇଥିଲେ ।

jittmm
Leave A Reply

Your email address will not be published.