oom

ବଲାଙ୍ଗିର ଜିଲ୍ଲା କିଶାନ କଂଗ୍ରେସର ବିଭିନ୍ନ ମଣ୍ଡି ପରିଦର୍ଶନ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ରଙ୍କ ନିର୍ଦ୍ଦେଶ କ୍ରମେ ବଲାଙ୍ଗିର ଜିଲ୍ଲା କିଶାନ କଂଗ୍ରେସ କମିଟି ଅଧ୍ୟକ୍ଷ ସାନନ୍ଦ ମିଶ୍ରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳି ପୁଇଁତଲା ବ୍ଲକର ମହିମୁଣ୍ଡା, ପୁଇଁତଲା, ବଏରାସର ଆଦି ପେକ୍ସକୁ ପରିଦର୍ଶନ କରିଥିଲେ । ଧାନକିଣା ପ୍ରକ୍ରିୟା, ଚାଷୀଙ୍କ ସମସ୍ୟା ସମେତ ଧାନ ମଣ୍ଡିରେ ଚାଷୀଙ୍କ ପାଇଁ ରହିଥିବା ସୁବିଧା ଅସୁବିଧା ପରଖିଥିଲେ । ବିନା କଟନି ଛଟନିରେ କ୍ୱିଣ୍ଟାଲ ପ୍ରତି ୩୧୦୦ ଟଙ୍କା ଦିଆଯାଉଥିବା ନେଇ ବାହାସ୍ପୋଟ ମାରୁଥିବା ରାଜ୍ୟ ସରକାରଙ୍କ ଘୋଷଣା ଏହି ପରିଦର୍ଶନରେ ପଦାରେ ପଡି ଯାଇଥିଲା । ଚାଷୀଙ୍କ ଧାନକିଣା ପାଇଁ ପର୍ଯ୍ୟାପ୍ତ ପରିମାଣର ଓଜନ, ଏଫ୍‌ଏକ୍ୟୁ ମେସିନ, ଅଖାବସ୍ତା ଧାନ ସୁରକ୍ଷିତ ରଖିବା ପାଇଁ ଗୋଦାମଗୃହ ଦେଖିବାକୁ ମିଳିନଥିଲା । ସେହିପରି ସମସ୍ତ ସମବାୟ ସମିତିର ବିକ୍ରୟ କେନ୍ଦ୍ରରେ କ୍ୱିଣ୍ଟାଲ ପିଛା ୩ରୁ ୫ କେଜି ଧାନ କଟନି ଛଟନି ହେଉଥିବା କମିଟି ଜାଣିବାକୁ ପାଇଥିଲା । ପୁଇଁନ୍ତଲା ସମବାୟ ସମିତିର ଧାନକ୍ରୟ କେନ୍ଦ୍ରରେ ଅଖାବସ୍ତାର ଅଭାବ ନେଇ ଚାଷୀମାନେ ଅସନ୍ତୋଷ ପ୍ରକାଶ କରିଥିଲେ । ଏନେଇ ପେକ୍ସ ସଂପାଦକ ଅମିତ କୁମାର ପଟେଲଙ୍କୁ ପଚାରିବାରୁ ତୁଷୁରାର ଗଣେଶ ରାଇସ୍‌ ମିଲ୍‌କୁ ୧୨ହଜାର କ୍ୱିଣ୍ଟାଲ ଧାନ ଟାର୍ଗେଟ ଦିଆଯାଇଛି ସେ ବାବଦକୁ ୨୪ ହଜାର ଅଖାବସ୍ତା ଦେବା କଥା କିନ୍ତୁ ମାତ୍ର ୪ହଜାର ଅଖାବସ୍ତା ପ୍ରଦାନ କରିଥିବାରୁ ଅବ୍ୟବସ୍ଥା ହେଉଥିବା ସ୍ୱୀକାର କରିଥିଲେ । ଏନେଇ ଜିଲ୍ଲା ଯୋଗାଣ ଅଧିକାରୀ ବେଣୁଧର ପାଣିଗ୍ରାହୀଙ୍କୁ ଘଟଣା ସ୍ଥଳରୁ କମିଟିର ଅଧ୍ୟକ୍ଷ ସାନନ୍ଦ ମିଶ୍ର ପଚାରିବାରୁ ଦିନକ ମଧ୍ୟରେ ଏ ସମସ୍ୟାର ସମାଧାନ ହେବ ବୋଲି ପ୍ରତିଶୃତି ଦେଇଥିଲେ । ଚାଷୀଙ୍କ ଧାନ କଟନି ଛଟନି, ଅଖାବସ୍ତାର ସମସ୍ୟା ଏବଂ ଟୋକନ ସମସ୍ୟାର ସମାଧାନ ଶୀଘ୍ର ନ କରି ଚାଷୀଙ୍କୁ ହଇରାଣ ହରକତ କଲେ ଆଗାମୀ ଦିନରେ କଂଗ୍ରେସ ପକ୍ଷୁ ତୀବ୍ରତର ଆନ୍ଦୋଳନ କରାଯିବ ବୋଲି କମିଟି ପକ୍ଷରୁ ଚେତାବନୀ ଦିଆଯାଇଥିଲା । ଏହି କମିଟିରେ ଶ୍ରୀ ମିଶ୍ରଙ୍କ ସମେତ ବ୍ଲକ କଂଗ୍ରେସ ସଭାପତି ଉମାକାନ୍ତ ସାହୁ, ପୁଇଁତଲା କିଶାନ ସେଲ ସଭାପତି ସରୋଜ ପଧାନ, ଦଳିତ ନେତା ଜ୍ୟୋତିଷ ମୁଗ୍ରୀ, ଗଦାଧର ମହାପାତ୍ର, ଯୁବ ନେତା ହରି ନନ୍ଦ ପ୍ରମୁଖ ସାମିଲ ଥିଲେ ।

jittmm
Leave A Reply

Your email address will not be published.