csstore

ବଲାଙ୍ଗିର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ବିୟୋଗରେ ଶୋକସଭା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୂର୍ବତନ ପ୍ରଧାନମନ୍ତ୍ରୀ, ଅର୍ଥମନ୍ତ୍ରୀ ତଥା ବିଶିଷ୍ଟ ଅର୍ଥଶାସ୍ତ୍ରୀ, ବିଦ୍ୱାନ ଏବଂ ସଚ୍ଚୋଟ ରାଜନେତା ଭାବେ ପରିଚିତ ମନମୋହନ ସିଂହଙ୍କ ବିୟୋଗରେ ଜିଲ୍ଲା କଂଗ୍ରେସ ପକ୍ଷରୁ ତାଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯିବା ସହ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ତାଙ୍କ ସମୟରେ ସୂଚନା ଅଧିକାର ଆଇନ, ଆଧାର କାର୍ଡ, ମନରେଗା, ଶିକ୍ଷା ଅଧିକାର, ଖାଦ୍ୟ ସୁରକ୍ଷା ବିଲ ଭଳି ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କରାଯାଇଥିଲା । ତାଙ୍କ ସ୍ମୃତିଚାରଣ ବେଳେ ବକ୍ତାମାନେ ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଟାଉନ କଂଗ୍ରେସ ସଭାପତି ବୁଲୁ ଦାନି, ଜିଲ୍ଲା କଂଗ୍ରେସ କମିଟି ଉପସଭାପତି ମନୀଷ ମିଶ୍ର, କିଶାନ ସେଲ ଅଧ୍ୟକ୍ଷ ସାନନ୍ଦ ମିଶ୍ର, ପୂର୍ବତନ ଉପାଧ୍ୟକ୍ଷ ମନମୋହନ ପଟେଲ, କୈଳାସ ମିଶ୍ର, ସଂଜୟ ମିଶ୍ର, ଜୁଲୁ ପଟ୍ଟନାୟକ, ଲୋପନ ମିଶ୍ର, ସୁରେନ୍ଦ୍ର ଅଶ୍ୱପାଲ, କିରଣ ସେଠ, ରବିନ୍ଦ୍ର ପାଣିଗ୍ରାହୀ, ଅବଦୁଲ ରଜାକ, ସାଧୁ ମେହେର, ଚିନ୍ମୟ ମେହେର ପ୍ରମୁଖ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.