csstore

ଗନ୍ଧମାର୍ଦ୍ଦନ ଆନ୍ଦୋଳନର ସହିଦ ମାଧବ ସିଂ ଠାକୁର ଓ ରମେଶ ସାହୁଙ୍କ ୧୪ତମ ସହିଦ ଦିବସ ପାଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗନ୍ଧମାର୍ଦ୍ଦନ ଆନ୍ଦୋଳନର ବରିଷ୍ଠ କର୍ମୀ ତଥା ବିଜେପି ପାଇକମାଲ ମଣ୍ଡଳର ପୂର୍ବତନ ସଭାପତି ସ୍ୱର୍ଗତ ମାଧବ ସିଂ ଠାକୁର ଓ ସ୍ୱର୍ଗତ ରମେଶ ସାହୁଙ୍କ ୧୪ତମ ସହିଦ ଦିବସ ପାଳିତ ହୋଇଯାଇଛି । ୨୦୧୦ ମସିହାରେ ଡିସେମ୍ବର ୨୭ ତାରିଖରେ ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦର ଜଣେ ବରିଷ୍ଠ କର୍ମକର୍ତ୍ତା ମାଧବ ସିଂ ଠାକୁର ଓ ତାଙ୍କ ସହକର୍ମୀ ରମେଶ ସାହୁଙ୍କୁ ପୋଲିସ ମିଥ୍ୟା ଏଣ୍ଟକାଉନ୍ଟର କରି ହତ୍ୟା କରିଥିଲେ । ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ଏହି ଦୁଇ ଜଣଙ୍କୁ ୨୦୧୧ରେ ଯୁବ ପରିଷଦ ବାର୍ଷିକ ସମାବେଶରେ ପରିଷଦ ପକ୍ଷରୁ ସହିଦ ଘୋଷଣା କରିବା ସହ ୨୦୧୧ ମସିହା ଡିସେମ୍ବର ୨୭ ତାରିଖରେ ତାଙ୍କ ଟେମରୀ ଗ୍ରାମରେ ଯୁବ ପରିଷଦ ଦ୍ୱାରା ଏକ ସହିଦ ସ୍ମୃତି ସ୍ତମ୍ଭ ନିର୍ମାଣ କରାଯାଇଥିଲା । ଯାହାର କି ଶୁଭ ଉନ୍ମୋଚନ କରିଥିଲେ ଭାରତ ସ୍ଵାଧୀନତା ସଂଗ୍ରାମ ସେନାନୀ ସହିଦ ଭଗତ ସିଂଙ୍କ ଭଣଜା ଜଗମୋହନ ସିଂ । ଯାହାକି ସେତେବେଳେ ସ୍ୱର୍ଗତ ମାଧବ ସିଂ ଠାକୁର ଓ ରମେଶ ସାହୁଙ୍କ ମିଥ୍ୟା ଏନକାଉଣ୍ଟର ନେଇ ମାନବ ଅଧିକାର କମିଶନରଙ୍କ ପାଖରେ ଅଭିଯୋଗ କରାଯାଇଥିଲା । ଏନେଇ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ପ୍ରକାର ତାଙ୍କ ପରିବାର ବର୍ଗଙ୍କୁ କ୍ଷତି ପୂରଣ ମଧ୍ୟ ଦିଆଯାଇ ନ ଥିବାରୁ ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଁ ଅସନ୍ତୋଷ ପ୍ରକାଶ ପାଇଛି । ଆଜି ପରିଷଦର ଆବାହକ ଦୁର୍ଯ୍ୟୋଧନ ପୁଟାଙ୍କ ଅଧ୍ୟକ୍ଷତାରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା । ସହିଦ ସ୍ମୃତି ସ୍ତମ୍ଭ ଠାରେ ପରିଷଦ ସଂଗ୍ରାମୀଙ୍କ ଦ୍ଵାରା ଶ୍ରଦ୍ଧାଞ୍ଜଳି ଜ୍ଞାପନ ପୂର୍ବକ ପୂଜାର୍ଚ୍ଚନା କରାଯାଇ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ସ୍ୱର୍ଗତ ମାଧବ ସିଂ ଠାକୁର ଓ ରମେଶ ସାହୁଙ୍କ ସ୍ମୃତି ଚାରଣ କରି ଆଜି ପର୍ଯ୍ୟନ୍ତ ପରିବାର ବର୍ଗଙ୍କୁ କ୍ଷତି ପୂରଣ ପ୍ରଦାନ କରାଯାଇ ନ ଥିବାରୁ ଉପସ୍ଥିତ ସଂଗ୍ରାମୀ ମାନେ କ୍ଷୋଭ ପ୍ରକାଶ କରିଥିଲେ । ବର୍ତ୍ତମାନ ଦେଶରେ ଭାରତୀୟ ଜନତା ପାର୍ଟି ଓ ରାଜ୍ୟରେ ଭାରତୀୟ ଜନତା ପାର୍ଟି ସରକାର ଶାସନ ଚାଲିଥିବା ବେଳେ ଜଣେ ବିଜେପି ପାର୍ଟିର ପାଇକମାଲ ମଣ୍ଡଳର ପୂର୍ବତନ ସଭାପତି ତଥା ଗନ୍ଧମାର୍ଦ୍ଦନ ଆନ୍ଦୋଳନର ବରିଷ୍ଠ କର୍ମୀ ସ୍ୱର୍ଗତ ମାଧବ ସିଂ ଠାକୁର ଓ ରମେଶ ସାହୁଙ୍କୁ ମିଥ୍ୟା ଏନକାଉଣ୍ଟରରେ ପୋଲିସ ହତ୍ୟା କରିଥିବାରୁ ଆଜିକାର ଦିନରେ ତୁରନ୍ତ କ୍ଷତି ପୂରଣ ପ୍ରଦାନର ଆବଶ୍ୟକତା ରହିଛି ବୋଲି ଦାବୀ କରାଯାଇଛି । ଏହି ଶ୍ରଦ୍ଧାଞ୍ଜଳି ସଭାରେ ବିଶିଷ୍ଟ ସଂଗ୍ରାମୀ ମଧ୍ୟରେ ପୂର୍ବତନ ଆବାହକ ଦିଲ୍ଲୀପ ବେହେରା, ରାହାସ ବିହାରୀ ସାହୁ, ଧିରେନ ମହାନ୍ତି, ଭୀଷ୍ମଦେବ ପଟେଲ, ରଘୁବୀର ସିଂ ବରିହା, ସୁରେଶ ପ୍ରଧାନ, କୁଞ୍ଜବିହାରୀ ସାହୁ ସମେତ ଝସକେତନ ସାହୁ, ଦୀନବନ୍ଧୁ ସାହୁ, ଡୋଳାମଣି ମଲ୍ଲିକ, ଲିଙ୍ଗରାଜ ସାହୁ, ଧୁବଳେଶ୍ୱର ବରିହା, ଶଙ୍କର୍ଷଣ ପଣ୍ଡା, ଚୂଡାମଣି ପାଣିଗ୍ରାହୀ, ଅମୃତ ବାରିକ ପ୍ରମୁଖ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

jayashree
Leave A Reply

Your email address will not be published.