ବଙ୍ଗୋମୁଣ୍ଡା ସାହିତ୍ୟ କଳା ପରିଷଦ ପକ୍ଷରୁ କରୋନା ଯୋଦ୍ଧା ସମ୍ମାନ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସଦରରେ ଥିବା ଅଗ୍ରଣୀ ଅନୁଷ୍ଠାନ ସାହିତ୍ୟ କଳା ପରିଷଦ ତରଫରୁ ଦୁଇ ଜଣ କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି । ଅନୁଷ୍ଠାନର ସଭାପତି ଡଃ. ନାରାୟଣ ମିଶ୍ରଙ୍କ ତତ୍ୱାବଧାନରେ ବଙ୍ଗୋମୁଣ୍ଡା ତହସିଲଦାର ଗୁଣମଣି ସୁନାନୀ ଏବଂ ବଙ୍ଗୋମୁଣ୍ଡା ଥାନା ଅଧିକାରୀ ପଂଚାନନ ନାଏକଙ୍କୁ ସମ୍ବର୍ଦ୍ଧିତ କରଯାଇଥିଲା । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଅନୁଷ୍ଠାନର ସମ୍ପାଦକ ରଶ୍ମିରଞ୍ଜନ ପୁଟେଲ, ସାଂସ୍କୃତିକ ସମ୍ପାଦକ ରେଣୁରଞ୍ଜନ ବାଗ, ପ୍ରଚାର ପ୍ରସାର ସମ୍ପାଦକ ଦୀପକ କୁମାର ଦାସ ଯାଦବ, ବିନେଶ କିଶାନ୍‌, ଭକ୍ତବନ୍ଧୁ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ମହାମାରୀ କରୋନା ସମୟରେ ଦୁଇ ଅଧିକାରୀ ଜନସାଧାରଣଙ୍କୁ ଅନେକ ସହଯୋଗ କରିଥିବାରୁ ତାଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା ।

Leave A Reply

Your email address will not be published.