pr

ଜାମସେଠ ପ୍ରିମିୟର ଲିଗ ଟି-୧୦ : ବରତୁଣ୍ଡାକୁ ହରାଇ ଡୁକୁକିଝରିଆ ଚମ୍ପିୟାନ

dr. purohit

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଳକ ଜାମସେଠ ଗ୍ରାମର ଚାଲିଥିବା ୯ତମ ଜାମସେଠ ପ୍ରିମିୟର ଲିଗ ଟି-୧୦ ରବିବାର ଖେଳ ଆରମ୍ଭ ହୋଇଥିବା ଫାଇନାଲ ମ୍ୟାଚରେ ବରତୁଣ୍ଡାକୁ ହରାଇ ଡୁଡୁକିଝରିଆ ଚମ୍ପିୟାନ ହୋଇଛି । ଆଜି ଡଃ ମୂରଲୀଧର ବାଗ ଅତିଥି ଭାବେ ଯୋଗ ଦେଇ ଖେଳ ଉଦଘାଟନ କରିଥିଲେ । ବରତୁଣ୍ଡା ଓ ଡୁଡୁକିଝରିଆ ମଧ୍ୟରେ ଅନୁଷ୍ଠିତ ଫାଇନାଲ ମ୍ୟାଚରେ ବରତୁଣ୍ଡା ପ୍ରଥମ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୨ ଓ୍ବିକେଟ ହରାଇ ୭୪ ରନ୍ ସଂଗ୍ରହ କରିଥିବା ବେଳେ ଦଳ ପକ୍ଷରୁ ସୁଶାନ୍ତ‌ ୫୨ ରନ ସର୍ବାଧିକ କରିଥିଲେ । ୭୫ ରନ ବିଜୟ ଲକ୍ଷ୍ୟ ନେଇ ଡୁଡୁକିଝରିଆ ଦଳ ୩ ଓ୍ବିକେଟ ହରାଇ ଆବଶ୍ୟକ ରନ ସଂଗ୍ରହ କରି ଚମ୍ପିୟାନ ହୋଇଥିଲେ । ଦଳ ପକ୍ଷରୁ ମଣ୍ଟୁ ଷଡ଼ଙ୍ଗୀ ୩୮ ରନ ସଂଗ୍ରହ କରିଥିଲେ । ମୁକେଶ ସିଂ ଓ ଗୋପାଳ ଅଗ୍ରୱାଲ ଖେଳ ପରିଚାଳନା କରିଥିଲେ । ଶିବୁ ପଟ୍ଟନାୟକ ଓ ଟଙ୍କଧର ମାଝୀ ସ୍କୋରର ଥିଲେ । ପପୁନ ମାଝୀ, ରତ୍ନାକର ମାଝୀ, ପ୍ରହ୍ଳାଲାଦ ଭୋଇ ଓ ଉମେଶ ବେହେରା ଧାରାବିବରଣୀ ପ୍ରଦାନ କରିଥିଲେ । ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସ୍ବତନ୍ତ୍ର ଶ୍ରେଣୀ କଣ୍ଟାକ୍ଟର ମହେନ୍ଦ୍ର ଖୁଣ୍ଟିଆ ଯୋଗ ଦେଇ ଚମ୍ପିୟାନ ଦଳକୁ ଟ୍ରଫି ସହ ନଗଦ ୧୦,୦୦୦ ଟଙ୍କା ଦେଇ ପୁରସ୍କୃତ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ଆସିଷ୍ଟାଣ୍ଟ କମର୍ସିଆଲ ଅଫିସର ବଲା‌ଙ୍ଗିର କ୍ଷିରୋଦ ମାଝୀ ଯୋଗ ଦେଇ ରନର୍ସ ଦଳକୁ ଟ୍ରଫି ସହ ନଗଦ ୬,୦୦୦ ଟଙ୍କା ଦେଇ ପୁରସ୍କୃତ କରିଥିଲେ । ମଞ୍ଚାସୀନ ଅତିଥି ଭାବେ ଆୟୋଜକ ସଭାପତି ଟଙ୍କଧର ମାଝୀ, ସମ୍ପାଦକ ସୌମ୍ୟରଞ୍ଜନ ମାଝୀ, କୋଷାଧ୍ୟକ୍ଷ ସୋମେଶ ମାଝୀ, ସମାଜସେବୀ ଶରତ କୁମାର ତାଣ୍ଡି, ସରୋଜ ପଟ୍ଟନାୟକ, ସାମ୍ବାଦିକ ସୁରଥ କୁମାର ସାହୁ, ଗିରିଶ ଚନ୍ଦ୍ର ମାଝୀ, ଖରାମାଲ ସ୍କୁଲ ପ୍ରଧାନ ଶିକ୍ଷକ ଭାଗିରଥି ମାଝୀ, ଶିକ୍ଷକ ସୁବାଷ ଚନ୍ଦ୍ର ମାଝୀ, ରିଙ୍କୁ ସାହୁ, ପୁଷ୍ପା ମାଝୀ, ପ୍ରତୀମା ମାଝୀ, ବାସନ୍ତୀ ମାଝୀ, ନୀଳାବତୀ ମାଝୀ, ଗାୟିତ୍ରୀ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ । ମଣ୍ଟୁ ଷଡ଼ଙ୍ଗୀଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଓ ସିରିଜ ଦେଇ ପୁରସ୍କୃତ କରିଥିଲେ । ଯୋଗେଶ ମାଝୀ, ଦଳଗଞ୍ଜନ ମାଝୀ, ଟୁକୁ ନାଏକ, ଦୟା ମାଝୀ, ପ୍ରବୀଣ ବାଗ, ଯୋଗିନ୍ଦ୍ର ହଂସ, ବୁବୁନ ମାଝୀ, ଗଦାଧର ଭୋଇ, ତୁଳସୀ ହଂସ ପ୍ରମୁଖ ସହଯୋଗ କରିଥିବା ବେଳେ ସମ୍ପାଦକ ସୌମ୍ୟରଞ୍ଜନ ମାଝୀ ଧନ୍ୟବାଦ ଦେଇଥିଲେ ।

nrusinghnath
Leave A Reply

Your email address will not be published.