csstore

ନୂତନ ବର୍ଷ ପ୍ରଥମ ଦିନ ଅଖଣ୍ଡ ବିଶ୍ଵଶାନ୍ତି ବ୍ରହ୍ମଯଜ୍ଞ ଅବସରରେ ସଂକଳ୍ପ ପରିବାରର ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଗାମୀ ନୂତନ ବର୍ଷ ପ୍ରଥମ ଦିନ ଏକ ବିଶାଳ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ସାଧୁ ଗିରିଜା ଶଙ୍କର ଦାସଙ୍କ ପ୍ରତିଷ୍ଠିତ ମହିମା ଆଶ୍ରମ ପଲସାନୀ, (ବୁକୁରାମୁଣ୍ଡା, ମହୁଲପାଲି) ଓ ସଂକଳ୍ପ ପରିବାର ବରଗଡର ମିଳିତ ଆୟୋଜନରେ ଗତ ନବବର୍ଷ ଭଳି ଅନୁଷ୍ଠିତ ହେବ । ନିଃସ୍ୱାର୍ଥ ସେବା ଓ ସହଯୋଗରୁ ନୂତନ ବର୍ଷ ୨୦୨୫କୁ ସ୍ୱାଗତ କରିବା । ବନ୍ଧୁ ପରିଜନ, ପରିବାର ଓ ନିଜକୁ ଗୋଟିଏ ଭାବ ଭକ୍ତିମୟ ଆଧ୍ୟାତ୍ମିକ ପରିବେଶରେ ସାମିଲ କରି ସମାଜକୁ ଦୁର୍ଘଟଣା ମୁକ୍ତ କରିବାର ପ୍ରୟାସ କରିବା ଏବଂ ଲୋକ ମାନଙ୍କୁ ସଚେତନ କରିବା, ଡାକ୍ତରଖାନାରେ ରକ୍ତ ପାଇଁ ବିକଳ ହେଉଥିବା ରୋଗୀଙ୍କୁ ରକ୍ତ ଦେଇ ମରଣ ମୁହଁରୁ ବଞ୍ଚାଇବାରେ ସାହାଯ୍ୟ କରିବା । ନୂତନ ବର୍ଷ ୨୦୨୫ ପ୍ରଥମ ଦିନରେ ନୂଆ ଜୀବନର ବିନ୍ଦୁଟିଏ ଭଳି ଅଂଶୀଦାର ହେବାପାଇଁ ସଂକଳ୍ପବଦ୍ଧ ରକ୍ତଦାନ କରିବା ପାଇଁ ସମସ୍ତଙ୍କୁ ସଂକଳ୍ପ ପରିବାର ତରଫରୁ ବିକାଶ ଅଗ୍ରୱାଲ ନିବେଦନ କରିଛନ୍ତି । ଏହି ରକ୍ତଦାନ ଶିବିରଟି ଆସନ୍ତା ନବବର୍ଷ ତା. ୦୧.୦୧.୨୦୨୫ ବୁଧବାର ଦିନ ସକାଳ ୮ଟାରେ ମହିମା ଆଶ୍ରମ ପରିସରରେ ଆରମ୍ଭ ହେବ ବୋଲି ସୂଚନା ଦିଆଯାଇଛି ।

jayashree
Leave A Reply

Your email address will not be published.