jayashree

ଶ୍ୱଶୁର ଘରେ ଜ୍ୱାଇଁର ସନ୍ଦେହ ଜନକ ମୃତ୍ୟୁ

  • କ୍ୱାକର ଭୁଲ ଇଂଜେକସନ ପାଇଁ ଜୀବନ ଯାଇଥିବା ସନ୍ଦେହ
  • ଅଂଚଳରେ ବଙ୍ଗାଳି ଡାକ୍ତରଙ୍କ ପଦ୍ରୁଭାବ, ଭୁଲ ଚିକିତ୍ସା

ତୁରେକେଲା, (ପିତାମ୍ବର ଦୀପ) : ଶ୍ୱଶୁର ଘରେ ଜ୍ୱାଇଁଙ୍କ ସନ୍ଦେହ ଜନକ ମୃତ୍ୟୁ, କାରଣ ଅସ୍ପଷ୍ଟ । ବଙ୍ଗାଳି ଡାକ୍ତର କ୍ୱାକର ଭୁଲ ଇଂଜକସନ ଓ ଔଷଧରେ ମୃତ୍ୟୁ ହୋଇଥିବା ସନ୍ଦେହ । ତୁରେକେଲା ବ୍ଲକ ବଡଡକଲା ପଂଚାୟତ ବଡଡକଲା ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ସୂଚନା ଅନୁସାରେ ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ସୁଲିଆଲବାହାଲ ଗାଁର ଶ୍ରୀମଦ କଟା (୩୫) ସେ ତାଙ୍କ ଦୁଇଝିଅ, ପୁଅ ଓ ସ୍ତ୍ରୀଙ୍କ ସହିତ ଗତ ଶୁକ୍ରବାର ଦିନ ତାଙ୍କ ଶ୍ୱଶୁର ଘର ବଡଡକଲାକୁ ଆସିଥିଲେ । କୌଣସି କାରଣ ବଶତଃ ତାଙ୍କ ଦେହ ଖରାପ ହୋଇ ଝାଡାବାନ୍ତି ହେବାରୁ ନିକଟସ୍ଥ ସରକାରୀ ହସ୍ପିଟାଲ ବଡଡକଲାକୁ ନ ନେଇ ଘରେ ବୁଲା ବଙ୍ଗାଳି ଡାକ୍ତରଙ୍କ ଦ୍ଵାରା ଚିକିତ୍ସିତ ହୋଇ ତାଙ୍କ ଜୀବନ ଚାଲି ଯାଇଥିବା ଜଣାପଡ଼ିଛି । ତେବେ ଗାଁର କିଛି ଦଲାଲ ମାନଙ୍କ ସହ ଉତ୍ତମ ସମ୍ପର୍କ ରଖି ବୁଲା ଡାକ୍ତର ଭାବରେ କାମ କରୁଥିବା ଗାଁ ଲୋକେ ଅଭିଯୋଗ କରିଛନ୍ତି । ଗାଁରେ ସରକାରୀ ଡାକ୍ତର ଖାନା ରହିଥିବା ସତ୍ତ୍ୱେ ଲୋକେ ବୁଲା ଡାକ୍ତର କ୍ୱାକଙ୍କ ପାଖରେ ଚିକିତ୍ସା କରାଉଥିବା ଆଶ୍ଚର୍ଯ୍ୟର ବିଷୟ ହୋଇଛି । ବୁଲା ବଙ୍ଗାଳି ଡାକ୍ତର ଟିଟୁ ସତ୍ୱସକୁ ଯୋଗାଯୋଗ କରିବାରୁ କୌଣସି ଉତ୍ତର ମିଳି ପାରିନାହିଁ । ସେ ଏହି ଘଟଣା ପରେ କ୍ଲିନିକ ବନ୍ଦ କରି କୁଆଡେ ଫେରାର ହୋଇ ଯାଉଥିବା ଜଣାପଡିଛି । ଭୁଲ ଇଂଜେକସନ ଓ ଔଷଧ ଦେଇ ଚିକିତ୍ସା କରୁଥିବା ହେତୁ ଅନେକ ଗରିବ ନିରୀହ ଲୋକଙ୍କ ଜୀବନ ବିପଦରେ ପଡୁଥିବା ମଧ୍ୟ ଲୋକେ ଅଭିଯୋଗ କରିଛନ୍ତି । ତେବେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଏହାର ତଦନ୍ତ କରି ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବୀ ହେଉଛି । ଏନେଇ ତୁରେକେଲା ଗୋଷ୍ଠୀ ସ୍ୱସ୍ଥ୍ୟ କେନ୍ଦ୍ର ଚିକିତ୍ସା ଅଧିକାରୀ ସ୍ୱାଗତ ଖମାରିଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ ।

Leave A Reply

Your email address will not be published.