ନବରଙ୍ଗପୁର, (ଜଗନ୍ନାଥ ବିଷୋୟୀ) : ନବରଙ୍ଗପୁର ଜିଲ୍ଲା ଉମରକୋଟ ନିର୍ବାଚନ ମଣ୍ଡଳୀର ସାଂସଦ ପ୍ରତିନିଧି ଭାବେ ବାସନ୍ତୀ ମାଝୀଙ୍କୁ ଚୟନ କରାଯାଇଛି । ନବରଙ୍ଗପୁର ସାଂସଦ ଇଂ ବଳଭଦ୍ର ମାଝୀ ତାଙ୍କ ନିଜ ବାସ ଭବନକୁ ଡାକି ବାସନ୍ତୀଙ୍କୁ ଏହି ମନୋନୀତ ପତ୍ରଟି ପ୍ରଦାନ କରିବା ପରେ ଶ୍ରୀମତୀ ମାଝୀ ନିଜ ଦଳୀୟ କର୍ମୀ, ସମର୍ଥକ ଓ ପ୍ରଶଂସକମାନଙ୍କୁ ସାଙ୍ଗରେ ଧରି ବ୍ଲକ କାର୍ଯ୍ୟାଳୟରେ ପହଂଚି ଉକ୍ତ ମନୋନିତ ପତ୍ରଟି ଜି.ପି.ଇ.ଡ଼ି.ଓଙ୍କୁ ପ୍ରଦାନ କରିଛନ୍ତି । ଶ୍ରୀମତୀ ମାଝୀ ଓ ତାଙ୍କ ସମର୍ଥକ ଉମରକୋଟ ବିଜେପି କାର୍ଯ୍ୟାଳୟ ସମ୍ମୁଖରୁ ଏକ ଶୋଭାଯାତ୍ରାରେ ବାହାରି ବ୍ଲକ କାର୍ଯ୍ୟାଳୟରେ ପହଂଚିଛନ୍ତି ଓ ଏହି ପତ୍ରଟି ପ୍ରଦାନ କରିଛନ୍ତି । ସାଂସଦଙ୍କ ଅନୁପସ୍ଥିତିରେ ଶ୍ରୀମତୀ ମାଝୀ ବ୍ଲକସ୍ତରୀୟ ସମସ୍ତ ବୈଠକ ଓ କାର୍ଯ୍ୟକ୍ରମରେ ଯୋଗଦେଇ ଜନସାଧାରଣଙ୍କ ହିତ ଉଦେଶ୍ୟରେ ସମସ୍ତ କାର୍ଯ୍ୟ କରିବା ନେଇ ଉକ୍ତ ପତ୍ରରେ ଲିଖିତ ରହିଛି । ବିଧାୟକ ପ୍ରତିନିଧି ସୋନା ମାଝୀ, ଚନ୍ଦାହାଣ୍ଡି ଏମପି ପ୍ରତିନିଧି ବସନ୍ତ କୁମାର ମାଝୀ, ବିଜେପି ଜିଲ୍ଲା ସମ୍ପାଦକ ଅଶୋକ ପାଢ଼ୀ, ଜିଲ୍ଲା ସାଧାରଣ ସମ୍ପାଦିକା ମନ୍ଦିରା ନାୟକ, ମଣ୍ଡଳ ସଭାପତି କମଲୁ ମାଝୀ, ବୁର୍ଜା ମଣ୍ଡଳ ସଭାପତି ଭଜନାଥ ଗଣ୍ଡ, ସଂଖ୍ୟା ଲଘୁ ସଭାପତି ପବିତ୍ର ଗରଡ଼ା, ଜଗଦୀଶ କଲାର, ସୁମିତ୍ରା ମାଝୀ, ମିଳୁ ପଣ୍ଡା ,ଗିରି ପାଣ୍ଡେ, ବୁଲୁ ଷଡ଼ଙ୍ଗୀ, ଈଶ୍ୱର ଭତ୍ରା, ସନ୍ତୋଷ ସରକାର, ହରିଚଦ୍ର ସାହୁ ପ୍ରମୁଖ ୨୦୦ରୁ ଅଧିକ ଜନସାଧାରଣ ଯୋଗଦେଇଥିଲେ ।