oom

ମାୟାବର୍ହା ହାଇସ୍କୁଲ ୨୦୦୪ – ୦୫ ମ୍ୟାଟ୍ରିକ ବ୍ୟାଚର ବନ୍ଧୁମିଳନ କାର୍ଯ୍ୟକ୍ରମ

jsmm

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ପଂଚାୟାତ ଉଚ୍ଚ ବିଦ୍ୟାଳୟ, ମାୟାବର୍ହାର ୨୦୦୪ – ୦୫ ମ୍ୟାଟ୍ରିକ ବ୍ୟାଚର ପୂର୍ବତନ ଛାତ୍ରଛାତ୍ରୀମାନେ ସ୍ଥାନୀୟ ପୂଜାଡୁଙ୍ଗୁରି ଠାରେ ବନ୍ଧୁମିଳନ ଅବସରରେ ପ୍ଲାଷ୍ଟିକ ମୁକ୍ତ ପରିବେଶ ପାଇଁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମକୁ ପୂରାତନ ଛାତ୍ର ମହେନ୍ଦ୍ର କଲେତ ସଂଯୋଜନା କରିଥିଲା ବେଳେ ପ୍ରଭାତୀ ପଧାନ ପରିଚାଳନା କରିଥିଲେ । ସମ୍ମାନିତ ଅତିଥିଭାବରେ ମାୟାବର୍ହା ହାଇସ୍କୁଲର ପ୍ରଧାନ ଶିକ୍ଷକ ରବିଚନ୍ଦ୍ର ପଶାୟତ, ପ୍ରାକ୍ତନ ପ୍ରଧାନ ଶିକ୍ଷକ ମନୋଜ କୁମାର ପୂଜାରୀ, ଦୀନବନ୍ଧୁ ପ୍ରଧାନ, ନନ୍ଦିଘୋଷ ବାରିକ, ମୀନକେତନ ଦାଶ, ବିଭୀଷଣ ଖମାରୀ, ସୁରଜ ଖମାରୀ, ସମୀର କଠାର ପ୍ରମୁଖ ଯୋଗଦେଇଥିଲେ । ପ୍ରଥମେ ଗୁରୁପୂଜନରୁ ଆରମ୍ଭ ହୋଇ ପୂଜାଡୁଙ୍ଗୁରି ପରିସରକୁ ସଫେଇ କରାଯାଇଥିଲା । ପର୍ଯ୍ୟଟନ ସ୍ଥଳୀକୁ ପର୍ଯ୍ୟଟକମାନଙ୍କୁ ପରିବେଶ ସ୍ୱଚ୍ଛ ରଖିବା ସହ ପ୍ଲାଷ୍ଠିକ ମୁକ୍ତ କରିବାକୁ ଅନୁରୋଧ କରିଥିଲେ । ବିଜୟା ଜୁଆଡି ଉପସ୍ଥିତ ଥିବା ସମସ୍ତଙ୍କୁ ପରିବେଶକୁ ସୁରକ୍ଷା କରିବା ପାଇଁ ଶପଥ ପାଠ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ସୁଶାନ୍ତ ପଧାନ, ଶୁକଦେବ ମେହେର, ଦୀପକ ଦାଶ, ଆଶୋକ ରାଉତ, ପ୍ରଭୁଦତ୍ତ ଭୋଇ, ନିବାସ ନାଏକ, ଦିବ୍ୟ ମେହେର, ଜାହ୍ନବୀ ଚୌଧରୀ, ଉପେନ୍ଦ୍ର ମଟାରୀ, ଦେବେନ୍ଦ୍ର ରାୟ, କମଳାକାନ୍ତ ଦାଶ, ଶତୃଘ୍ନ କର୍ଣ୍ଣ, ହୀରାଲାଲ ଷାଣ୍ଢ, ସତ୍ୟାନନ୍ଦ ନାଏକ, ଭାଗ୍ୟବତୀ ରାଏ, ମାଧୁରୀ ବାଗ, ଜାହ୍ନବୀ ଭୋଇ, ରୀତା ଚୌଧୁରୀ, ଦମୟନ୍ତୀ ଷାଣ୍ଢ, ହେମା ମେହେର, ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ପୁରାତନ ଛାତ୍ରଛାତ୍ରୀ ବିଗତ ଦିନର ସ୍କୁଲ ଅନୁଭୂତିକୁ ବଖାଣି ଥିଲେ ଓ ବନ୍ଧୁମିଳନ ପ୍ରତି ବର୍ଷ ଆୟୋଜନ କରିବାକୁ ମନସ୍ଥ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ସଦାନନ୍ଦ ବାଗ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.