jayashree

ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ୪୦ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ୪୦ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସଭାପତି ପୃଥିରାଜ ସାହୁଙ୍କ ସଭାପତିତ୍ଵରେ ଅନୁଷ୍ଠିତ ସଭାକାର୍ଯ୍ୟରେ ୮୦ ଜଣ ଭାଇ ଭଉଣୀମାନଙ୍କ ସ୍ୱାଗତ ସଂଗୀତ ଗାନ କରିଥିଲେ । ବରଗଡ଼ ସାଂସଦ ପ୍ରଦୀପ କୁମାର ପୁରୋହିତ ମୁଖ୍ୟ ଅତିଥିଭାବରେ ଯୋଗଦେଇ ଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମକୁ ଆରମ୍ଭ କରି ନୂତନ ବନ୍ଦନା ମଣ୍ଡପ କୋଠାଘରକୁ ଉଦ୍‌ଘାଟନ ଓ ବାର୍ଷିକ ମୁଖପତ୍ର ଅରୁଣର ଶୁଭ ଉନ୍ମୋଚନ କରି ଶିଶୁର ସର୍ବାଙ୍ଗୀନ ବିକାଶ ନିମିତ୍ତ ଗୁରୁଙ୍କ ଭୂମିକା ଉପରେ ଆଲୋକପାତ କରିଥିଲେ । ସଭାପତି, ପଶ୍ଚିମ ସମ୍ଭାଗ, ଶିକ୍ଷା ବିକାଶ ସମିତି ଓଡିଶା ତଥା ଆସୋସିଏଟ୍ ପ୍ରଫେସର ଡ଼ଃ ବେଣୁଧର ପ୍ରଧାନ ମୁଖ୍ୟବକ୍ତା ଭାବରେ ଯୋଗଦେଇ ଶିଶୁଙ୍କୁ ସଂସ୍କାରିତ କରି ଗଢି ତୋଳିବାରେ ମାତାପିତାଙ୍କ ଭୂମିକା ଉପରେ ଗୁରୁଦ୍ୱାରୋପ କରିଥିଲେ । ସମ୍ପାଦକ ଜନକଲାଲ ମେହେର ବାର୍ଷିକ ବିବରଣୀ ପଠନ କରିଥିଲେ । ପ୍ରଧାନ ଆଚାର୍ଯ୍ୟ ଚୈତନ୍ୟ ଭୋଇ ଅତିଥି ପରିଚୟ ପ୍ରଦାନ କରିଥିଲେ । ବିଶିଷ୍ଟ ୭ ଜଣ ପ୍ରମୁଖ ବ୍ୟକ୍ତି ବିଶେଷମାନଙ୍କୁ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ମାନିତ କରାଯାଇଥିଲା । ବାର୍ଷିକ ଉତ୍ସବର ବିଭିନ୍ନ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀମାନଙ୍କୁ ଅତିଥିମାନେ ପୁରସ୍କାର ପ୍ରଦାନ କରିଥିଲେ । ଶେଷରେ କୋଷାଧ୍ୟକ୍ଷ ଘନଶ୍ୟାମ ପୁଞ୍ଜି ଧନ୍ୟବାଦ ଅର୍ପଣ କରିଥିଲେ । ପରେ ପରେ ଉତ୍ସବ ପ୍ରମୁଖ ସୁକାନ୍ତ କିଶୋର ସାହୁଙ୍କ ତତ୍ତ୍ୱାବଧାନରେ ଶିଶୁ ଭାଇ ଭଉଣୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ, ନାଚ, ଗୀତ, ଯୋଗାସନ ଓ ନାଟ୍ୟକାର ରାଜେନ୍ଦ୍ର ମହାନ୍ତିଙ୍କ ନିର୍ଦ୍ଦେଶିତ ନାଟକ ସସେମିରା ଓ ନାଟ୍ୟକାର କେଶରଞ୍ଜନ ପ୍ରଧାନଙ୍କ ରଚିଦ ଓ ଦୟାସାଗର ଧରୁଆଙ୍କ ନିର୍ଦ୍ଦେଶିତ ମାଧୋସିଂ ଉପରେ ପର୍ଯ୍ୟବେଶିତ ନାଟକ ଘାଟି ପ୍ରଭୃତି ଅନୁଷ୍ଠିତ ହୋଇଥିଲା । କଲ୍ୟାଣୀ ମିଶ୍ର ଗୁରୁମା କାର୍ଯ୍ୟକ୍ରମର ସଂଯୋଜନା ଓ ଶିଶୁ ଭାଇ ଭଉଣୀମାନଙ୍କ ଦ୍ୱାରା ମଞ୍ଚ କାର୍ଯ୍ୟକ୍ରମ ପରିଚାଳନା କରାଯାଇଥିଲା । ମାତୃ ଭାରତୀ ସଦସ୍ୟା, ପୂର୍ବ ଛାତ୍ର ସଂସଦର ସଦସ୍ୟ ଓ ପରିଚାଳନା କମିଟିର ସଦସ୍ୟ ବୃନ୍ଦ ତଥା ସମସ୍ତ ଗୁରୁଜୀ ଗୁରୁମାଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା ।

Leave A Reply

Your email address will not be published.