csstore

ବଙ୍ଗୋମୁଣ୍ଡାରେ ବିଭାଜନସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳିତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଠାରେ ଥିବା ଲୋୟର ଇନ୍ଦ୍ର ଜଳସେଚନ କେନାଲ ବିଭାଜନ ନଂ-୦୩ କାର୍ଯ୍ୟାଳୟ ବଙ୍ଗୋମୁଣ୍ଡା ପରିସରରେ ଜଳ ସମ୍ପଦ ବିଭାଗ ପକ୍ଷରୁ ବିଭାଜନସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ମହାସମାରୋହରେ ପାଳିତ ହୋଇଯାଇଛି । ପ୍ରଥମେ ଜଗତର ନାଥ ଜଗନ୍ନାଥଙ୍କ ଫଟୋଚିତ୍ରରେ ପୂଜାର୍ଚ୍ଚନା କରାଯିବା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ଆୟୋଜିତ କାର୍ଯ୍ୟକ୍ରମରେ ଅଧିକ୍ଷଣ ଯନ୍ତ୍ରୀ ସୂର୍ଯ୍ୟନାରାୟଣ ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପାଣି ପଞ୍ଚାୟତ ପ୍ରୋଜେକ୍ଟ କମିଟିର ସଭାପତି ମଂଜେସ ମେହେର, ସମ୍ମାନିତ ଅତିଥି ଭାବେ ବଙ୍ଗୋମୁଣ୍ଡା ସଭାପତି ଶରତ ସିଂ ଭୋଇ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ପାଣି ପଞ୍ଚାୟତ ପକ୍ଷ ଉପଲକ୍ଷେ ପୂର୍ବରୁ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀଙ୍କୁ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ପାଣି ପଞ୍ଚାୟତ କମିଟି ସଭାପତି ଉଦ୍ଧବ ବେହେରା ସଭା ସଂଯୋଜନା କରିଥିଲେ । ଏଥିରେ ସହକାରୀ ନିର୍ବାହୀ ଯନ୍ତ୍ରୀ ରାଧେଶ୍ୟାମ ମେହେର, କେଶବ ଚନ୍ଦ୍ର ସିଂ, ଲିପକ କୁମାର ସ୍ୱାଇଁ, ମୃତ୍ୟୁଞ୍ଜୟ ଜେନା, ରାକେଶ ମଲ୍ଲିକ, ଶୈଳେଶ ଦାସଙ୍କ ସମେତ କର୍ମଚାରୀ ମାନେ ସହଯୋଗ କରିଥିଲେ । ବଙ୍ଗୋମୁଣ୍ଡା, ତୁରେକେଲା, ମୁରିବାହାଲ ବ୍ଲକ ଅଞ୍ଚଳର ଚାଷୀ ଭାଇ ମାନେ ସାମିଲ ହୋଇଥିଲେ ।

jayashree
Leave A Reply

Your email address will not be published.