ଆଗାମୀ ନିର୍ବାଚନ ପାଇଁ ମନ୍ତ୍ରୀ ଦିବ୍ୟଶଙ୍କର‌ଙ୍କ ପ୍ରଚାର : ମାସ୍କ ପି‌ନ୍ଧିବା ଭୁଲିଗଲେ ମନ୍ତ୍ରୀ

କଳାହାଣ୍ଡି, (ଅଜିତ କୁମାର ସାହୁ) : ଭବାନୀପାଟଣା ୧୬ନମ୍ବର ୱାର୍ଡ ଦେୱାନସାହେବ ପଡ଼ାରେ ଆଜି ଆଗାମୀ ଦିନରେ ହେବାକୁ ଯାଉଥିବା ନିର୍ବାଚନ ପାଇଁ ବିଜେଡିର ଜୋର୍‌ସୋର୍‌ରେ ପ୍ରଚାର ଆରମ୍ଭ ହୋଇଯାଇଛି । ତେବେ ଏହି ସଭାରେ ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ପୁର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂଦେଓ, ପ୍ରଶାନ୍ତ ନାଏକ, ବାବୁଲି ମଣ୍ଡଳ ପ୍ରମୁଖ ମଞ୍ଚରେ ମଞ୍ଚ।ସୀନ ଥିଲେ । ତେବେ ଆଗାମୀ ଦିନରେ ହେବାକୁ ଯାଉଥିବା ନିର୍ବାଚନ ପାଇଁ ଏବେ ପ୍ରଚାର ଆରମ୍ଭ ହେବାକୁ ବସିଲାଣି । ଆଜି ଏହି ସଭାରେ ଅନେକ ସ୍ଵୟଂ ସହାୟିକା ଦଳର ମହିଳା, ପୁରୁଷ ଓ ଅନେକ ବିଜେଡିର ନେତାମାନେ ସାମିଲ ହୋଇ ନେତାମାନଙ୍କ ମାଳ ମାଳ ପ୍ରତିଶୃତିକୁ ଶୁଣୁଥିଲେ । ମନ୍ତ୍ରୀ ଶ୍ରୀ ମିଶ୍ର ଅନେକ ପ୍ରତିଶ୍ରୁତି ମଧ୍ୟ ଦେଇ ଏହି ପଡ଼ାରେ ମୁଁ ଛୋଟବେଳେ ପାଠ ପଢ଼ିଛି, ତେବେ ଆଗାମୀ ଦିନରେ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ କରିବି ବୋଲି ଭାଷଣ ମାରିଥିଲେ । ସାଧାରଣଙ୍କ ଭିତରେ ପ୍ରଶ୍ନ ଉଠିଛି ଯେ, ଦୁଇ ଦୁଇ ଥର ବିଧାୟକ, ଏବେ ମନ୍ତ୍ରୀ ଥାଇକି କାହିଁକି ବିଭିନ୍ନ ପ୍ରକାରର ସମସ୍ୟା ସମ୍ପର୍କରେ ସମାଧାନ କରି ପାରୁ ନାହାଁନ୍ତି । ଭାଷଣରେ ସେ କହିଛନ୍ତି ଯେ, କଳାହାଣ୍ଡି ଜିଲ୍ଲାର ଅନେକ ବିକାଶ ହୋଇଛି । ସାଧାରଣରେ ଆଲୋଚନା ହେଉଛି, ଏହି ପଡ଼ାରେ ଏବେ ବି ଡ୍ରେନରେ କୁଢ଼ କୁଢ଼ ଆବର୍ଜନା ସହ ଦୁର୍ଗ‌ନ୍ଧରେ ନାକ ଫାଟି ପଡ଼ୁଛି । ବାସ୍ତବରେ ଦେଖିବାକୁ ଗଲେ ଏହି ପଡ଼ାରେ ରାସ୍ତା ଗୁଡ଼ିକ ଶୋଚନୀୟ ଅବସ୍ଥାରେ ପଡି ରହିଛି । ହେଲେ ଲୋକଙ୍କ ଆଗରେ ମାଳ ମାଳ ପ୍ରତିଶ୍ରୁତି ଦେଇ ସଭାକୁ ସାଙ୍ଗ କରି ଚାଲିଗଲେ ମନ୍ତ୍ରୀ ଦିବ୍ୟଶଙ୍କର । ଅନ୍ୟପକ୍ଷରେ ମନ୍ତ୍ରୀ ସମେତ ଅନ୍ୟାନ୍ୟ ବିଜେଡି ନେତାମାନେ ମାସ୍କ ପିନ୍ଧି ନଥିବା ମଧ୍ୟ ଦେଖି ମିଳିଥିଲା । ମାସ୍କ ବ୍ୟବହାର ନ କଲେ ଲୋକଙ୍କ ଠାରୁ ସରକାର ଫାଇନ ଆଦାୟ କରୁଛନ୍ତି, ହେଲେ ଏମାନଙ୍କ ପାଇଁ କ’ଣ ସବୁ ମାଫ୍‌ ବୋଲି ଲୋକେ କୁହାକୁହି ହେଉଥିଲେ ।

Leave A Reply

Your email address will not be published.

error: Content is protected !!