oom

ଟାଉନ ହାଇସ୍କୁଲରେ ମୋ’ ସ୍କୁଲ ଅଭିଯାନ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ସହର ମଧ୍ୟରେ ଥିବା ଟାଉନ ବାଳକ ଉଚ୍ଚ ବିଦ୍ୟାଳୟ ଠାରେ ମୋ’ ସ୍କୁଲ ଅଭିଯାନ କାର୍ୟ୍ୟକ୍ରମ ଅନୁ‌ଷ୍ଠିତ ହୋଇଯାଇଛି । ୨୦୧୭ ଶିକ୍ଷା ବର୍ଷ ନଭେମ୍ବର ୧୪ ତାରିଖ ଶିଶୁ ଦିବସ ଅବସରରେ ରାଜ୍ୟ ସରକାରଙ୍କ ଦ୍‌ଦ୍ୱାରା ଏହି ଯୋଜନା ଲାଗୁ କରାଯାଇଥିଲା । ଏହାଦ୍ୱାରା ସହର ସହ ଦେଶ ଗୁଡିକରେ ଥିବା ସମସ୍ତ ସରକାରୀ ସ୍କୁଲ ଗୁଡ଼ିକରେ ପୁରାତନ ଛାତ୍ରଙ୍କ ସ୍ୱାଗତ କରାଯାଉଛି । ସ୍କୁଲରେ ପୁରାତନ ଛାତ୍ରଙ୍କୁ ନେଇ ଏକ ସୁସମ୍ପର୍କ ଗଠନ ହେବ ଓ ପୁରାତନ ଛାତ୍ରଙ୍କ ମାଧ୍ୟମରେ ସ୍କୁଲ ଗୁଡିକର ଶିକ୍ଷା କ୍ଷେତ୍ରରେ ପ୍ରଚାର ପ୍ରସାର ତଥା ବିକାଶ ହୋଇପାରିବ । ଏହା ଆଗାମୀ ପିଢ଼ିର ଛାତ୍ରଛାତ୍ରୀଙ୍କୁ ପ୍ରେରଣା ଯୋଗାଇବ ବୋଲି ଟାଉନ ଉଚ୍ଚତମ ସ୍କୁଲ ମୁଖ୍ୟ ପ୍ରଧାନ ଶିକ୍ଷକ ଶ୍ରୀମତୀ କୁମୁଦିନୀ ମିଶ୍ର ନିଜ ମତ ରଖିଥିଲେ। ତେବେ ଆଜିର ମୋ’ ସ୍କୁଲ ଅଭିଯାନ କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ଲକ ଶିକ୍ଷା ଅଧିକାରୀ ରାଘବ ପାଣିଗ୍ରାହୀ, ସମ୍ମାନିତ ଅତିଥି ଭାବେ ପୁରାତନ ଛାତ୍ର ସୁଭାଷ ଚଂଦ୍ର ପଣ୍ଡା ଓ ସୁଧୀର ଚନ୍ଦ୍ର ପଣ୍ଡା ଯୋଗ ଦେଇଥିବା ବେଳେ ଟାଉନ ହାଇ ସ୍କୁଲର ପ୍ରଧାନ ଶିକ୍ଷକ ଶ୍ରୀମତୀ ମିଶ୍ରଙ୍କ ସହ ବରିଷ୍ଠ ଶିକ୍ଷକ ସୁଧାଂଶୁ ଶେଖର ମିଶ୍ର ଉପସ୍ଥିତ ଥିଲେ । ଏହି କାର୍ୟ୍ୟକ୍ରମର ଶୁଭାରମ୍ଭ ମା’ ସରସ୍ୱତୀଙ୍କ ଠାରେ ଦ୍ୱୀପ ପ୍ରଜ୍ବଳନ ସହ ହୋଇଥିଲା । ସ୍କୁଲର ଶିକ୍ଷକ ମଣ୍ଡଳୀ ଶ୍ଳୋକ, ମନ୍ତ୍ର ମାଧ୍ୟମରେ ଶୁଭାରମ୍ଭ କରିଥିଲେ । ପରେ ଉପସ୍ଥିତ ଅତିôଥ ବୃନ୍ଦଙ୍କୁ ସ୍କୁଲର ପୁରାତନ ଛାତ୍ର ମଣ୍ଡଳୀ ସ୍ୱାଗତ ସମ୍ମର୍ଦ୍ଧନା କରିଥିଲେ । ଏହି ଅବସରରେ ସ୍କୁଲର କିଛି ଶିକ୍ଷକଙ୍କ ବିୟୋଗକୁ ନେଇ ତାଙ୍କ ଅମର ଆତ୍ମାର ସଦଗତି ପାଇଁ ଗୋଟେ ମିନିଟ ନୀରବ ପ୍ରାର୍ଥନା ମଧ୍ୟ କରାଯାଇଥିଲା । ତେବେ ଆଜିର ଏହି ମୋ’ ସ୍କୁଲ ଅଭିଯାନ ସଭାରେ ଆଗାମୀ ଦିନରେ ପୂର୍ବତନ ଛାତ୍ରଙ୍କୁ ନେଇ ବଲାଙ୍ଗିର ଟାଉନ ଉଚ୍ଚ ବିଦ୍ୟାଳୟର ପ୍ଲାଟିନମ ଜୁବ୍‌ଲି ପାଇଁ ପ୍ରସ୍ତୁତି ପାଇଁ ବୈଠକ ହେବା ନେଇ ନିଷ୍ପତି ମଧ୍ୟ ନିଆଯାଇଥିଲା । ଏହି ଅବସରରେ ଟାଉନ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ତ୍ରିଲୋଚନ ମହାପାତ୍ର, ଅଣାକାର ସାହୁ, ବିକାଶ ଦାସ, ଶୁଭେନ୍ଧୁ ପ୍ରଧାନ, ପ୍ରହ୍ଲାଦ ମହାକୁର, ତୀର୍ଥ ଜାଲ, ଶିକ୍ଷୟତ୍ରୀ ଶ୍ରୀମତୀ ବିଜୟଲକ୍ଷ୍ମୀ ମିଶ୍ର, ଜୋତିର୍ମୟୀ ନାଏକ, ଆର୍ୟ୍ୟବାଲା ମିଶ୍ର, ନିଳିମା ପୁରୋହିତ, ଯୋଗମାୟା ଷଡଙ୍ଗୀ, ମିତା ଭୋଇଙ୍କ ସହ ବହୁ ସଂଖ୍ୟାରେ ଏହି ସ୍କୁଲର ପୁରାତନ ଛାତ୍ର ଉପସ୍ଥିତ ରହି କାର୍ୟ୍ୟକ୍ରମକୁ ସଫଳ ମଣ୍ଡିତ କରିଥିଲେ ।

jittmm
Leave A Reply

Your email address will not be published.