ବଲାଙ୍ଗିର ଜିଲ୍ଲାରେ ମାତ୍ର ୫୧ ଜଣ ଏକ୍‌ଟିଭ୍‌ କରୋନା ଆକ୍ରାନ୍ତ : ଆଜି ମାତ୍ର ୩ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୭୩୮ ରହିଥିବା ବେଳେ ସେମାନଙ୍କ ମଧ୍ୟରୁ ୮୬୪୬ ଜଣ ସୁସ୍ଥ ହୋଇ ସାରିଛନ୍ତି । ଏବେ ଜିଲ୍ଲାରେ ମାତ୍ର ୫୧ ଜଣ ଏକ୍‌ଟିଭ୍‌ କରୋନା ଆକ୍ରାନ୍ତ ଚିକିତ୍ସାଧୀନ ରହିଛନ୍ତି । ଆଜି ମାତ୍ର ୩ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ବଲାଙ୍ଗିର ମ୍ୟୁନିସିପାଲିଟି ଅଂଚଳ ୱାର୍ଡ ନଂ.୨ରୁ ଜଣେ, ପୁଇଁନ୍ତଲା ବ୍ଲକ ଆଠଗାଁ ଗ୍ରା.ପ.ରୁ ଜଣେ ଏବଂ ଖପ୍ରାଖୋଲ ବ୍ଲକ ଟଙ୍କପାଣି ଗ୍ରା.ପ.ରୁ ଜଣେ ସଂକ୍ରମଣର ଶିକାର ହୋଇଛନ୍ତି । ତେବେ ବର୍ତ୍ତମାନ ଜିଲ୍ଲାରେ କରୋନା ଟୀକା ଆରମ୍ଭ ହୋଇ ଯାଇଥିବା ବେଳେ କରୋନା ସଂକ୍ରମଣ ବି ବେଶ୍‌ କମିଥିବା ଅନୁମାନ କରାଯାଉଛି ।

Leave A Reply

Your email address will not be published.

error: Content is protected !!