csstore

ଟିଟିଲାଗଡ଼ ବହି ହାଟ କମିଟି ପୁନଃ ଗଠନ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ବହିହାଟ କମିଟିର ଉପସ୍ଥିତ ସଭ୍ୟମାନଙ୍କୁ ନେଇ ସ୍ଥାନୀୟ ଆଦିବାସୀ ଭବନରେ ଏକ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ସର୍ବ ପ୍ରଥମେ ଦିବଂଗତ ସଭ୍ୟମାନଙ୍କ ଆତ୍ମାର ସଦଗତି ପାଇଁ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରାଯାଇଥିଲା । ପରେ କମିଟି ପୁନଃ ଗଠନ ପ୍ରସ୍ତାବ ଆଗତ ହୋଇ ନିର୍ବାଚନ ହୋଇଥିଲା । ଏଥିରେ ସଭାପତି ଭାବେ ଭିକାରୀ ଚରଣ ମିଶ୍ର, ଉପ ସଭାପତି ଭାବେ ସେବକ ଚରଣ ଦାଶ, ଡ. ଯୁଗଳ କିଶୋର ଷଡ଼ଙ୍ଗୀ, ବନମାଳୀ ଦାଶ, ଡ. ନାରାୟଣ ମିଶ୍ର, ଘିନୁ ଆଡଯୁଆଡ, ରାଜେନ୍ଦ୍ର ନାରାୟଣ ମିଶ୍ର, ସାଧାରଣ ସମ୍ପାଦକ ଭାବେ ଦିଲ୍ଲୀପ କୁମାର ପସାୟତ, ସଂପାଦକ ଭାବେ ନୀଳମଣି ସାହୁ, ଜ୍ୟୋତି ପ୍ରକାଶ ଗଡତ୍ୟା, ଚିତ୍ତରଞ୍ଜନ ଚାନ୍ଦ, ସହ ସଂପାଦକ ଭାବେ ବୃନ୍ଦାବନ କୁମ୍ଭାର, ପୁଲସ୍ତି ବେହେରା, ଆଦିମୂଳ ଶତପଥି, ଆଇନ ପରାମର୍ଶଦାତା ଭାବେ ରବି କିରଣ ସ୍ୱାଇଁ, ସଂଜୀବ କୁମାର ପାଢ଼ୀ, ଦୀପକ ରଂଜନ ବାଗ, କୋଷାଧ୍ୟକ୍ଷ ଭାବେ ସତ୍ୟବ୍ରତ ପଣ୍ଡା, ସଂପର୍କ ସଂପାଦକ ଭାବେ ପ୍ରମୋଦ କୁମାର ପାଳ, ଉପଦେଷ୍ଟା ଭାବେ ରାଜୀବ ଲୋଚନ ପାଢ଼ୀ, ଡ. ବିନୋଦ ବିହାରୀ ଜାଲ, ବିଶ୍ୱରାମ ଠାକୁର, ଜଗନ୍ନାଥ ପଣ୍ଡା, ଡ. ଛାୟାକାନ୍ତ ଷଡ଼ଙ୍ଗୀ, ଡ. ଘନଶ୍ୟାମ ଜୈନ, କାର୍ଯ୍ୟକାରିଣୀ ସଭ୍ୟ ଭାବରେ ବୃନ୍ଦାବନ ଷଡ଼ଙ୍ଗୀ, ହିମାଂଶୁ ଦାଶ, ଚିନ୍ତାମଣି ମହାପାତ୍ର, ସୁରେଶ ଜାଲ, ପଦମନ ପଧାନୀ, ହେମେନ୍ଦ୍ର ହାଁସଦା, ନିତ୍ୟାନନ୍ଦ ମାଝୀ, ପ୍ରଶାନ୍ତ କୁମାର ବେହେରା, ରାଧେଶ୍ୟାମ ଭୋଇ, ଲିଲୁ ମୋହନ ପଧାନ ଓ ନରସିଂହ ସାହୁ ନିର୍ବାଚିତ ହୋଇଥିଲେ । ଏହି ସଭାରେ ଆସନ୍ତା ମାର୍ଚ୍ଚ ମାସ ପ୍ରଥମ ସପ୍ତାହରେ ବହି ହାଟ ଅନୁଷ୍ଠିତ କରିବାକୁ ପ୍ରସ୍ତାବ ଗୃହୀତ ହୋଇଥିଲା । ସଭା ଶେଷରେ ଦିଲ୍ଲୀପ ପସାୟତ ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.