ଧାନମଣ୍ଡି ବନ୍ଦ ପ୍ରତିବାଦରେ ଚାଷୀଙ୍କ ରାସ୍ତାରୋକ

କାଲିମେଳା : ଧାନମଣ୍ଡି ବନ୍ଦ ପ୍ରତିବାଦରେ ଆଜି ଶତାଧିକ ଚାଷୀ ମାଲକାନଗିରିର ଜାତୀୟ ରାଜପଥରେ ଧାନବସ୍ତା ରଖି ରାସ୍ତା ଅବରୋଧ କରିଛନ୍ତି । ଫଳରେ ଉଭୟ ପଟେ ଯାନବାହାନ ଅଟକି ରହିଛି । ଏହି ଧାରଣାକୁ ଜିଲ୍ଲା କଂଗ୍ରେସ କମିଟି ମଧ୍ୟ ସମର୍ଥନ କରିଛି । ଏଥିରେ କଂଗ୍ରେସ ନେତା ପ୍ରଦୀପ ମାଝୀଙ୍କ ସହ ଜିଲ୍ଲା କଂଗ୍ରେସ ସଭାପତି ଗୋବିନ୍ଦ ପାତ୍ର, ରାମ ପଟ୍ଟନାୟକ, କାଲିମେଳା ବ୍ଲକ ଅଧ୍ୟକ୍ଷ ମାଳା ମାଢି, ଜିଲ୍ଲା ପରିଷଦ ସଭ୍ୟ ଉମ ରାୟଙ୍କ ସହ ଶତାଧିକ ଚାଷୀ ଯୋଗ ଦେଇଛନ୍ତି । ମାଣ୍ଡିରୁ ଧାନ ନ ଉଠିବା ଯାଏ ଧାରଣା ଜାରି ରହିବ ବୋଲି ପ୍ରଦୀପ ମାଝୀ ଚେତାବନୀ ଦେଇଛନ୍ତି । ଡିସେମ୍ବର ମାସରୁ ଆରମ୍ଭ ହୋଇଥିବା ଧାନମଣ୍ଡି ଆଜିଠାରୁ ବନ୍ଦ ହୋଇଯିବ ବୋଲି ପ୍ରଶାସନ ନିିଷ୍ପତ୍ତି ନେଇଛି ।

Leave A Reply

Your email address will not be published.

error: Content is protected !!