ନିର୍ମାଣାଧୀନ ବିଜୁ ସେତୁ ଭୁଷୁଡ଼ିବା ଘଟଣା : ସହକାରୀ ଯନ୍ତ୍ରୀ ଅସିତ ପାତ୍ରଙ୍କୁ ଗିରଫ କଲା ଉମରକୋଟ୍‌ ପୁଲିସ

ଉମରକୋଟ (କେପିଏନ୍‌ଏସ୍‌): ଗତ ଜାନୁଆରୀ ୧୦ ଉମରକୋଟ ଥାନା ତାଲାପଦରରେ ନିର୍ମାଣାଧୀନ ବିଜୁ ସେତୁ ଭୁଶୁଡ଼ିବା ଘଟଣାରେ ସହକାରୀ ଯନ୍ତ୍ରୀ ଅସିତ ପାତ୍ରଙ୍କୁ ଟିକିରିରୁ ଗିରଫ କରିଛି ଉମରକୋଟ ପୁଲିସ । ସେତୁ ଭୁଶୁଡ଼ିବା ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ୩ ଜଣ ଗୁରୁତର ଆହତ ହୋଇଥିଲେ । ତେବେ ଦୁର୍ବଳ ସେଣ୍ଟ୍ରୀଂ ଯୋଗୁ ଏହି ନିର୍ମାଣାଧୀନ ସେତୁ ଭୁଶୁଡ଼ି ଥିବା ନେଇ ବିଭାଗୀୟ ଉଚ୍ଚ ଅଧିକାରୀମାନେ ଯାଞ୍ଚ ବେଳେ ଜାଣିବାକୁ ପାଇଥିଲେ । ଏହି ମାମଲାରେ ସହକାରୀ ଯନ୍ତ୍ରୀ ଅସିତ ପାତ୍ରଙ୍କ ସହିତ ଏସ୍‌ଡିଓ ନିରଞ୍ଜନ ସାହୁ ଓ ଠିକାଦାର ଆଶିଷ ବିଶ୍ୱାଳଙ୍କ ନାଁରେ ମାମଲା ରୁଜୁ ହୋଇଛି ବୋଲି ଏସ୍‌ଡିପିଓ ହେମନ୍ତ କୁମାର ପାଢ଼ୀ ଏହି ସୂଚନା ଦେଇଛନ୍ତି ।

Leave A Reply

Your email address will not be published.

error: Content is protected !!