oom

ମହାମାୟା ପବ୍ଲିକ ସ୍କୁଲର ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦ୍‌ଯାପିତ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ମହାମାୟା ପବ୍ଲିକ ସ୍କୁଲର ଦଶମ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି । ଏଥିରେ ନର୍ସରୀରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଛାତ୍ରଛାତ୍ରୀ ଭାଗ ନେଇ ଦୌଡ଼, ହାଇଜମ୍ପ, ଲଙ୍ଗଜମ୍ପ, ସର୍ଟଫୁଟ, ସ୍ପୁନରେସ, ମେଥ ରେସ, ସେକରେସ, ମ୍ୟୁଜିକ ଚେୟାର ଆଦି ଖେଳ ଖେଳିଥିଲେ । ପ୍ରତିଯୋଗିତାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଅଷ୍ଟମ ଶ୍ରେଣୀର ଛାତ୍ର ଅଭିକ୍ଷିତ, ନବମ ଶ୍ରେଣୀର ଛାତ୍ରୀ ମୋନିକା, ଛାତ୍ର ଗଜେନ୍ଦ୍ର ଓ ଆରୀୟନ ପ୍ରତୀକ ପରୁଆ ଚାମ୍ପିଅନ ହୋଇଥିଲେ । ସମସ୍ତ ଅଭିଭାବକ ମାନଙ୍କ ପାଇଁ ମଧ୍ୟ ବିଭିନ୍ନ ପ୍ରତିଯୋଗିତା ରଖାଯାଇଥିଲା । ଉକ୍ତ ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସତ୍ୟଭୂଷଣ ସାହୁ ଚେୟାରମେନ ମହାମାୟା ଗ୍ରୁପ, ସମ୍ମାନିତ ଅତିଥି ଭାବେ ଶ୍ରୀମତୀ ଜ୍ୟୋତିର୍ମୟୀ ସାହୁ ନିର୍ଦ୍ଦେଶିକା ମହାମାୟା ଗ୍ରୁପ ଓ ଧଳେନ୍ଦ୍ର ବାରିକ (ଏବିଓ ପାଇକମାଲ) ଅନ୍ୟତମ ଅତିଥି ଭାବେ ଧବଳେଶ୍ଵର ସାହୁ (ପୂର୍ବତନ ସରପଞ୍ଚ) ତଥା ଅକ୍ଷୟ କୁମାର ଦାଶ (ଏକାଡେମୀ କୋର୍ଡିନେଟର) ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ପ୍ରେରଣା ପ୍ରଦାନ କରିଥିଲେ । ସଂସ୍ଥାର ଅଧ୍ୟକ୍ଷ ୟଶୋଦେବ ଭୋଇ ସ୍ଵାଗତ ଅଭିଭାଷଣ ରଖିଥିବାବେଳେ ମଲ୍ଲିକା କୁମ୍ଭାର ଧନ୍ୟବାଦ ଅର୍ପଣ କରିଥିଲେ । ଗୁପତ ଦୀପ ଓ ଶ୍ରୀମତୀ କର୍ନିକା ପ୍ରଧାନ ମଞ୍ଚ ପରିଚାଳନା କରିଥିବା ବେଳେ ଖେଳ ଶିକ୍ଷକ ଦିନେଶ ସତନାମୀ, ତ୍ରିଲୋଚନ ସାହୁ, ପ୍ରଶାନ୍ତ ହରିପାଲ, ଶ୍ରୀମତୀ ନିଳେନ୍ଦ୍ରୀ ଦାଶ, ମେନକା ସ୍ୱାଇଁ, କିଶୋରୀ ସାହୁ, ଇପ୍ସିତା ବୋହିଦାର, ରୀତୁନନ୍ଦା ମହାନନ୍ଦ, ପୂଜାରାଣୀ ପଣ୍ଡା, ଶୁଭଦର୍ଶୀ ହୋତା, ପୂଜା ପ୍ରଧାନ, ଜ୍ୟୋତିପ୍ରଭା ସାହୁ, ଲିଶୁ ଦାଶ, ସଂଯୁକ୍ତା ଭୋଇ, ମଞ୍ଜୁ ବାରିକ, ଲକ୍ଷ୍ମୀ ଦୀପ ଓ କ୍ରିଷ୍ଣା ପ୍ରଧାନ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.