csstore

ପତିତପାବନ ଏକାଡେମୀ ହୀରକ ଜୟନ୍ତୀ ଅବସରରେ କବାଡ଼ି ପ୍ରତିଯୋଗିତା ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆସନ୍ତା ଡିସେମ୍ବର ୨୧ ଓ ୨୨ ତାରିଖ ୨ ଦିନ ଧରି ହେବାକୁ ଥିବା ପତିତପାବନ ଏକାଡେମୀ ହୀରକ ଜୟନ୍ତୀ ଅବସରରେ ସ୍ଥାନୀୟ ଟାଉନ୍ ବାଳକ ହାଇସ୍କୁଲ ଖେଳ ପଡିଆଠାରେ କବାଡ଼ି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ସିନୁସୁନ୍ଦର ପାଢୀଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି କ୍ରୀଡା ପ୍ରତିଯୋଗିତାରେ ବିଚାରକ ଭାବେ କବାଡ଼ି ବିଶାରଦ ଶ୍ରୀମାନ ଜଟ୍ଟି, ଜିତେନ୍ଦ୍ର ବାରିକ ଟାଉନ୍ ବାଳକ ଉଚ୍ଚ ବିଦ୍ୟାଳୟର ପିଇଟି ବିକାଶ ଦାସ, ପି.ପି ଏକାଡେମୀର ପିଇଟି ସଶ୍ମିତା ରାଣୀ ମିଶ୍ର ପ୍ରମୂଖ ଯୋଗଦେଇଥିଲେ । ଏଥିରେ ମୁଖ୍ୟ ଅତିଥିଭାବେ ଆଲୁମିନି କମିଟିର ହେମନ୍ତ ପଣ୍ଡା ଓ ସମ୍ମାନିତ ଅତିଥି ଭାବେ ନାସିର ଖାଁ, ପୂରାତନ ଛାତ୍ର ସଂଜୀବ ବାବୁ ଓ ଟାଉନ୍ ବାଳକ ଉଚ୍ଚ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ନୀଳିମା ପୁରୋହିତ ଯୋଗଦେଇ କୃତୀ କବାଡ଼ି ଦଳମାନଙ୍କ ନାମ ଘୋଷଣା କରିଥିଲେ । ଏହି ପ୍ରତିଯୋଗିତାରେ ଜିଲ୍ଲାର ବିଭିନ୍ନ ସ୍କୁଲରୁ ପ୍ରାୟ ୬୦ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ପୁରାତନ ଛାତ୍ର ସାଏଦ ଅଫତାବ ହୁସେନ୍, ସଂଜୀବ ବାବୁ ଓ ଅନ୍ୟମାନେ ସହଯୋଗ କରିଥିଲେ । ଆସନ୍ତା ଡିସେମ୍ବର ୨୧ ତାରିଖ ଦିନ ଅନୁଷ୍ଠିତ ପି.ପି ଏକାଡେମୀର ଡ଼ାଇମଣ୍ଡ ଜୁବଲି ଅବସରରେ ଏହି କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯିବ ବୋଲି ସ୍କୁଲ ପକ୍ଷରୁ ସୂଚନା ଦିଆଯାଇଛି ।

jayashree
Leave A Reply

Your email address will not be published.